*ନୂଆପଡାରେ ମୃର୍ତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ତା:୨୪.୦୩.
ନୂଆପଡା ଜିଲ୍ଲା ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି l ପ୍ରକଳ୍ପ ନିର୍ଦ୍ଦେଶକ ଜଳବିଭାଜିକା , ରଶ୍ମିରଞ୍ଜନ ପାତ୍ର ସ ବିଭାଗୀୟ କାର୍ଯ୍ୟକ୍ରମ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ l ଯୋଜନା ଯଥା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନା, ବୃଷ୍ଟି ପୃଷ୍ଟ ଅଂଚଳ ବିକାଶ ଯୋଜନା, ଜଳଧାରା ଯୋଜନା, ମନରେଗା, କୃଷିବନୀକରଣ ଯୋଜନାରେ ହୋଇଥିବା ୬୩ ହେକ୍ଟର ଚାରା ରୋପଣ ଓ ଅଦ୍ୟାବଧି ସମସ୍ତ ଯୋଜନାର ପ୍ରଗତି ସମ୍ବନ୍ଧରେ ତଥ୍ୟ ଉପସ୍ଥାପନ କରିଥିଲେ l ଜିଲ୍ଲାପାଳ ଜଳଧାରା ଯୋଜନାରେ ୧୩୦ ଗୋଟି ପୋଖରୀ ଖନନ କାର୍ଯ୍ୟ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ମନରେଗା ଯୋଜନାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ପ୍ରକଳ୍ପ ମାର୍ଚ୍ଚ ମାସ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ବୃଷ୍ଟି ପୃଷ୍ଟ ଅଂଚଳର ବିକାଶ ଯୋଜନା ରେ ସମସ୍ତ ୩୧୪ ଜଣ ହିତାଧିକାରୀଙ୍କ ସହାୟତା ରାଶିକୁ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ଏହି ଅବସରରେ ପାଞ୍ଚଟି ବ୍ଲକର ପାଞ୍ଚ ଜଣ ସଫଳ ଚାଷୀଙ୍କୁ ସମ୍ମାନୀତ କରିଥିଲେ।
