ମହାନତା ଦେଖାଇଲେ ସାମାଜିକ ସୁରକ୍ଷା ଅଧିକାରୀ।
ବିଷୟ -(ଲୋକନାଥ ମହାପାତ୍ର)
ଶେଷ ସାହାର ପାଲଟିଲା ମଣିଷ ତିଆରି ଦୋଳା।
ଟ୍ରାଏ ସାଇକେଲ ରେ ଘରକୁ ଗଲେ ଆଶାମଣୀ ନାଏକ।
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଉଦୟପୁର ପଂଚାୟତର ଚଢେଆ ପଲ୍ଲୀ ଗ୍ରାମର ଆଶାମଣୀ ନାଏକ ଭିନ୍ନକ୍ଷମ ହୋଇ ଥିବାରୁ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆଜି ପରିବାର ଲୋକ ବ୍ଲକ ପରିସର ସାମାଜିକ ସୁରକ୍ଷା ବିଭାଗ କୁ ଏକ ଦୋଳା ସାହାଯ୍ୟରେ ଆଣି ଅଭିଯୋଗ କରିଥିଲେ।
ଅଭିଯୋଗ ପାଇ ସାମାଜିକ ସୁରକ୍ଷା ଅଧିକାରୀ ସୋର୍ଣ୍ଣ ସାରିକା ଜେନା ଓ କନିଷ୍ଠ ସହାୟକ ରଘୁନାଥ ସାହୁ ଙ୍କ ଉପସ୍ଥିତିରେ ଏକ ଟ୍ରାଏ ସାଇକେଲ ପ୍ରଦାନ କରିଥିଲେ।
ହିତାଧିକାରୀ ଆସାମଣୀ ନାଏକ ଖୁସୀରେ ଘରକୁ ଯାଇଥିବା ଦେଖିବାକୁ ମିଳିଛି।
