–ସେବା ସଂସ୍ଥାନ ର ରକ୍ତଦାନ ଶିବିର
— ୯୫ ୟୁନିଟ ରକ୍ତ ସଂଗୃହିତ
–ପରିବାର ବର୍ଗ, ନବ ଦମ୍ପତି ରକ୍ତଦାନ କରି ଉଦାହରଣ ସାଜିଲେ l
ଚିକିଟି,୨୪/୩(ଶ୍ରୀବତ୍ସ ସାହୁ):ଚିକିଟି ର ସ୍ବନାମଧନ୍ୟ ସାମାଜିକ ଅନୁଷ୍ଠାନ “ସେବା ସଂସ୍ଥାନ” ଚିକିଟି, ପାତ୍ରପୁର ଅଞ୍ଚଳ ରେ ରହିଥିବା ତା’ର ଯୁବ ସଂଗଠକ କୁ ନେଇ ଏକ ମେଗା ରକ୍ତଦାନ ଶିବିର ଚିକିଟି ପେଣ୍ଠ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ରେ ଆୟୋଜନ କରିଛି l ସେବା ସଂସ୍ଥାନ ର ଉପଦେଷ୍ଟା ପି. ରାମାରାଓ ସୁବୁଦ୍ଧି ଆର୍ଯ୍ୟ ସମାଜ ର ବାମଦେବ ଆର୍ଯ୍ୟ ପ୍ରଦୀପ ପ୍ରଜ୍ବଳନ କରି ଶିବିର କୁ ଅୟାମରମ୍ଭ କରିଥିଲେ l ରକ୍ତଦାନ ଏକ ମହତ ଦାନର ଭାବନା କୁ ଅନୁଭବ କରି କିଛି ପରିବାର ବର୍ଗ, ନବ ଦମ୍ପତି ଉକ୍ତ ସ୍ବେଛାକୃତ ରକ୍ତଦାନ ଶିବିର ରେ ସାମିଲ ହୋଇଛନ୍ତି l ଶିବିର ରୁ ମୋଟ ୯୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ସେବା ସଂସ୍ଥାନ ର ସଭାପତି କୃଷ୍ଣଚନ୍ଦ୍ର ସାହୁ ଓ ତାଙ୍କ ସହଧର୍ମିଣୀ ବବିତା ସାହୁ ଓ ତାଙ୍କ ସୁପୁତ୍ର ଅଜିତ ସାହୁ ଙ୍କ ପରିବାର ରକ୍ତଦାନ କରିଛନ୍ତି l ସେହିଭଳି ସମାଜସେବୀ ତଥା ଶିକ୍ଷକ କେ ସିମାଞ୍ଚଳ ଓ ତାଙ୍କ ଧର୍ମପତ୍ନୀ ତଥା ଶିକ୍ଷୟତ୍ରୀ ଏମ . କୁନ୍ଦନ ଙ୍କ ପରିବାର ସମେତ ଏକ ନବ ଦମ୍ପତି ରକ୍ତଦାନ କରି ସମାଜ ପାଇଁ ଏବଂ ସେବା ସଂସ୍ଥାନ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି l ଅଜିତ ପଣ୍ଡା,ଧର୍ମା ରାଓ,ଭଗବାନ ସାହୁ,ହରେଶ ପ୍ରଧାନ,ନୀଳାଚଳ ବେହେରା,ଶ୍ରୀଧର ସାହୁ,ଶିବ ପ୍ରସାଦ ସାହୁ ,ଶି ବ ସାହୁ, ଭଗବାନ ସାହୁ, ରବୀନ୍ଦ୍ର ସାହୁ, ନିରଞ୍ଜନ ସାହୁ, ବାପି ପ୍ରଧାନ, ମହେଶ ପ୍ରଧାନ, ନରେନ୍ଦ୍ର ବେହେରା, ଗୌତମ ବେହେରା, ଅନାଦି ପ୍ରଧାନ, ଗଣେଶ ବେହେରା,ସୁନିଲ ବେହେରା ପ୍ରମୁଖ ରକ୍ତଦାନ ଶିବିର ପରିଚାଳନା ରେ ସହଯୋଗ କରିଥିଲେ l ବ୍ରହ୍ମପୁର ରକ୍ତଭଣ୍ଡାର ରୁ ଡ଼. ଲୋକେଶ ରେଡି, ସୁଶାନ୍ତ ପାଣିଗ୍ରାହୀ, ଡମ୍ବରୁ ଧର କାର୍କୀ, ଭଗବାନ ବରାଡ଼, ରାମହରି ପଣ୍ଡା ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ l
