*ବାଲେଶ୍ଵର ଜିଲ୍ଲାର ଯୁବନେତା ଶଶୀକାନ୍ତ ମିଶ୍ରଙ୍କୁ ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଭଳି ଗୁରୁ ଦାୟିତ୍ଵ*
*ଶଶୀକାନ୍ତ ମିଶ୍ରଙ୍କୁ ଯୁବମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଦାୟିତ୍ବ*
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର) :: ଓଡ଼ିଶା ରାଜନୀତି ରେ ଚର୍ଚ୍ଚିତ ଯୁବ ନେତୃତ୍ୱ ବାଲେଶ୍ଵର ଜିଲ୍ଲାର ଯୁବନେତା ସୋର ମାଟିର ସୁଯୋଗ୍ୟ ସନ୍ତାନ ଶଶିକାନ୍ତ ମିଶ୍ରଙ୍କୁ ଓଡ଼ିଶା ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଭାବେ ଦଳ ମନୋନୀତ କରିଅଛି।
ଛାତ୍ର ଜୀବନରୁ ରାଷ୍ଟ୍ର ଓ ସମାଜ କାର୍ଯ୍ୟରେ ନିଜକୁ ନିୟୋଜିତ କରି ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ସ୍ଵୟଂ ସେବକ ତଥା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସମ୍ପାଦକ ଭାବେ ଦୁଇ ଥର ନିଜର ରାଜନୈତିକ ପରାକାଷ୍ଠା ପ୍ରଦର୍ଶନ କରିବା ସହିତ ଓଡ଼ିଶାର ବହୁ ସାମାଜିକ ଓ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇସାରିଛନ୍ତି ।
ଶ୍ରୀ ମିଶ୍ର ଦଶନ୍ଧି ଧରି ରାଜ୍ୟରେ ଛାତ୍ର ଓ ଯୁବକ ମାନଙ୍କର ନେତୃତ୍ବ କରିବା ସହିତ ତୃମୂଳସ୍ତରରେ ସଂଗଠନକୁ ମଜଭୁତ୍ କରିବାରେ ସିଦ୍ଧହସ୍ତ ହୋଇଥିବା ବେଳେ ନିଜର କର୍ତ୍ତବ୍ୟ ନିଷ୍ଠ, ସରଳ , କାର୍ଯ୍ୟଦକ୍ଷତା ଓ ମିଷ୍ଟଭାଷୀ ଗୁଣ ପାଇଁ ରାଜ୍ୟର ଓ ରାଷ୍ଟ୍ରରେ ସମସ୍ତ ଅଧିକାରୀ ମାନଙ୍କର ପ୍ରିୟ ଭାଜନ ହୋଇପାରିଛନ୍ତି।
ପୂର୍ବରୁ ଏବିଭିପିର ୨୦୧୫ ରୁ ୨୦୨୨ ପର୍ଯ୍ୟନ୍ତ ୮ ବର୍ଷ ଧରି ପୂର୍ଣକାଳୀନ କାର୍ଯ୍ୟକର୍ତ୍ତା ଭାବେ ଯାଜପୁର, ଗଞ୍ଜାମ, ରାଉରକେଲା, ଢେଙ୍କାନାଳ, ଅନୁଗୁଳ, ଗଜପତି , ରାୟଗଡ଼ା ଆଦି ଓଡ଼ିଶାର ୩୦ ଜିଲ୍ଲାରେ କାର୍ଯ୍ୟକାରୀ ବହୁଛାତ୍ର ନେତୃତ୍ୱ ତିଆରି କରିସାରିଛନ୍ତି।
ସେ ପୂର୍ବରୁ ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଯାଜପୁର ଭଳି ବିଜେଡି ଗଡରେ ପ୍ରଭାରୀ ଭାବେ ନିଯୁକ୍ତି ହୋଇ ବିଜେଡିକୁ ସମାପ୍ତ କରି ବିଜେପିର ବହୁ ବିଧାୟକ, ସାଂସଦ ମାନଙ୍କୁ ଜିତାଇ ଓଡ଼ିଶାରେ ସରକାର ଗଠନ କରିବାରେ ଗୁରୁ ଦାୟିତ୍ଵ ଗ୍ରହଣ କରିଥିଲେ।
ସଦସ୍ୟତା ଅଭିଯାନରେ ସଂପୂର୍ଣ୍ଣ ଉତ୍ତର ଓଡ଼ିଶାର ଭାର ଗ୍ରହଣ କରି ହଜାର ହଜାର ସଦସ୍ୟଙ୍କୁ ପାର୍ଟିର ଯୋଗଦାନ କରିଥିଲେ । ୨୦୨୪ ରେ ସରକାରକୁ ଆସିବା ପରେ ସମ୍ପୂର୍ଣ୍ଣ ଉତ୍ତର ଓଡ଼ିଶାରେ ସଂଗଠନକୁ ମଜଭୁତ୍ କରିବା ପାଇଁ ଶଶିକାନ୍ତ ମିଶ୍ରଙ୍କୁ ରାଜ୍ୟ ସମ୍ପାଦକ ଭଳି ଗୁରୁ ଦାୟିତ୍ଵ ପ୍ରଦାନ କରିଛନ୍ତି।
ବିଜେପି ନୂତନ ଦାୟିତ୍ଵ ଭାବେ ରାଜ୍ୟ ସମ୍ପାଦକ ଭାବେ ଗୁରୁ ଦାୟିତ୍ଵ ପ୍ରଦାନ କରିଥିବାରୁ ସେ ରାଜ୍ୟ ସଭାପତି ମନମୋହନ ସାମଲ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଂଗଠନ ସମ୍ପାଦକ ମାନସ ମହାନ୍ତି, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଓ ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ଶୁଭେଚ୍ଛୁ ମାନଙ୍କ ନିକଟରେ କୃତ୍ଞତା ଜ୍ଞାପନ କରିବା ସହିତ ଆଗାମୀ ଦିନରେ ଓଡ଼ିଶା ତଥା ବିଶେଷ ଭାବେ ବାଲେଶ୍ଵର ଜିଲ୍ଲା ଓ ସୋରର ଯୁବକ ମାନଙ୍କର ଅଧିକାର ଓ ବିକାଶକୁ ଅଗ୍ରାଧିକାର ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
