*ଷଷ୍ଠ ଶ୍ରେଣୀ ପଠାଣି ସାମନ୍ତ ଗଣିତ ପ୍ରତିଭା ପରୀକ୍ଷାରେ ସରସ୍ଵତୀ ଶିଶୁ ମନ୍ଦିର, ଆନନ୍ଦପୁରର କୃତିତ୍ୱ ଅର୍ଜନ
ଶିକ୍ଷା ବର୍ଷ ୨୦୨୩-୨୪ରେ ଅନୁଷ୍ଠିତ ହୋଇଥିବା ଷଷ୍ଠ ଶ୍ରେଣୀର ପଠାଣି ସାମନ୍ତ ଗଣିତ ପ୍ରତିଭା ପରୀକ୍ଷାରେ ସ. ଶି. ମ. ଆନନ୍ଦପୁରର ଛାତ୍ର ଅଂଶୁମାନ ସାହୁ , ଜିଗ୍ନେଶ ଜ୍ୟୋତି ନାୟକ , ମନିଷ ରଞ୍ଜନ ସାହୁ ଓ ଜ୍ୟୋତି ରଞ୍ଜନ ମହାନ୍ତି ତଥା ଶିକ୍ଷା ବର୍ଷ ୨୦୨୪-୨୫ ର ଷଷ୍ଠ ଶ୍ରେଣୀର ପଠାଣି ସାମନ୍ତ ଗଣିତ ପ୍ରତିଭା ପରୀକ୍ଷାରେ ଛାତ୍ରୀ ଆହାନା ସାମଲ , ସ୍ଥିତିପ୍ରଜ୍ଞା ଦାସ , ଛାତ୍ର ଶୁଭମ୍ ପ୍ରକାଶ ସାହୁ କୃତିତ୍ୱ ଅର୍ଜନ କରି ବିଦ୍ୟାଳୟର ଯଶ ଓ ଖ୍ୟାତି ବୃଦ୍ଧି କରିଛନ୍ତି । ଏଣୁ ଏହି ଶିଶୁମାନେ ସରସ୍ଵତୀ ଶିଶୁ ମନ୍ଦିର , ଆନନ୍ଦପୁର ପାଇଁ ଗର୍ବ ଓ ଗୌରବ ଆଣିଥିବାରୁ ପରିଚାଳନା ସମିତି, ଗୁରୁଜୀ ଓ ଗୁରୁମା ତଥା ଅଭିଭାବକ ବୃନ୍ଦ ଶିଶୁମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।
