ଚତୁର୍ଥ ବାର୍ଷିକ ମଝିଆଖଣ୍ଡ ପଞ୍ଚାୟତ ପ୍ରିମୀୟର ଲିଗ୍, ଉଦଜାପିତ,,, । *ସୌମ୍ୟ ଷ୍ଟ୍ରାଇକରସ ଚମ୍ପିୟାନ
*ଜଗା ସାର୍ ମ୍ୟାନ ଅଫମ୍ୟାଚ
/ନୟାଗଡ଼ ରଣପୁର/ମଝିଆଖଣ୍ଡ, ତା ୧୭/୦୩/୨୬,
ଗାୟତ୍ରୀ ଫାଉଣ୍ଡେସନର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ନାୟକଙ୍କ ଅୟୋଜନ କ୍ରମେ ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ମଝିଆଖଣ୍ତ ପଞ୍ଚାୟତର କ୍ରୀଡ଼ା ପ୍ରେମୀ, ଯୁବକ ମାନଙ୍କ ସହଯୋଗରେ ଗତ ମାର୍ଚ୍ଚ ୬ ତାରିଖରୁ ଚାଲିଥିବା ମଝିଆଖଣ୍ଡ ପଞ୍ଚାୟତ କ୍ରିକେଟ ପ୍ରିମୀୟର ଲିଗ୍ ଗାୟତ୍ରୀ ମେମୋରିଆଲ ଟ୍ରଫି ସିଜିନ -୪ ର ଅନ୍ତିମ ଦିବସ ତଥା ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚରେ ସୌମ୍ୟ ଷ୍ଟ୍ରାଇକର ଓ କୋବ୍ରା ଏକାଡେମୀ ମଧ୍ୟରେ ସଂଘର୍ଷ ମୟ ଖେଳ ପରିବେଶ କରାଯାଇଥିଲା।ଶେଷରେ ସୌମ୍ୟ ଷ୍ଟ୍ରାଇକର ଚମ୍ପିୟାନ ହୋଇ ଟ୍ରଫି ଶହ ନଗଦ ଦଶ ହଜାର ଟଙ୍କା ପୁରସ୍କାର ରାଶି ଉପସ୍ଥିତ ମୂଖ୍ୟ ଅତିଥି ନୟାଗଡ଼ ଜିଲ୍ଲାର ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ରଣପୁର ର ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ଠାରୁ ଗ୍ରହଣ କରିଥିଲେ।
ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ମଧୁମିତା ତରେଇ, ବିଜୟ ବେହେରା, ସଂଗ୍ରାମ ମାର୍ଥା, ସଞ୍ଜୟ ଦାସ, ବିରଞ୍ଚିନାରାୟଣ , ଦିବ୍ୟ ରଂଜନ ପ୍ରଧାନ, ବିନାୟକ ତ୍ରିପାଠୀ, ରାଜୀବ କୁମାର ବେହେରା, ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କୋବ୍ରା ଏକାଡେମୀ ରାନର୍ସ ଅପ୍ ହୋଇ ନଗଦ ଆଠ ହଜାର ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ଗ୍ରହଣ କରିଥିଲେ । ଅନନ୍ତ ବେହେରା, ଦୀପକ ପ୍ରଧାନ, କେଳୁ ଚରଣ ବାରିକ୍ ଆଦି ସମସ୍ତ ସଦସ୍ୟ ମାନଙ୍କ ସହଯୋଗରେ ଭାଇଚାରାର ଖେଳ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଥିବା ଜଣା ପଡିଛି। ଗାୟତ୍ରୀ ଫାଉଣ୍ଡେସନର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ନାୟକ ତାଙ୍କ ସ୍ବର୍ଗତ ଧର୍ମ ପତ୍ନୀ ଗାୟତ୍ରୀ ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗାୟତ୍ରୀ ମେମୋରିଆଲ ଟ୍ରଫି ପ୍ରଦାନ କରି , ତାଙ୍କର ସ୍ବର୍ଗତ ଧର୍ମ ପତ୍ନୀଙ୍କ ପ୍ରତି ଭଲପାଇବା ଦର୍ଶାଉଥିବା ଜଣା ପଡ଼ିଛି ।
