ଚୁଲିରେ ଘିଅ ପ୍ରସ୍ତୁତ ହେଲା କାଳ:ଜଳିଗଲା ଦୁଇବଖରା ଘର
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର) : ଚୁଲିରେ ଘିଅ ପ୍ରସ୍ତୁତ ବେଳେ ଅସାବଧାନତା ଯୋଗୁଁ ନିଆଁ ଲାଗି ଜଳିଯାଇଛି ୨ ବଖରା ଘର। ସୂଚନା ଅନୁସାରେ ସୋର ବ୍ଲକ୍ ଅନନ୍ତପୁର ପଞ୍ଚାୟତ ବିଶ୍ଵାଳ ସାହିର ସୁକମଣି ବିଶ୍ବାଳଙ୍କ ଘରେ ଅଗ୍ନିକାଣ୍ଡ ଘଟିବାରୁ ୨ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଆଜି ସନ୍ଧ୍ୟାରେ ସୁକମଣି ଚୁଲିରେ ଘିଅ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ହଠାତ ଅଘିକାଣ୍ଡ ଘଟିଥଲା। ଫଳରେ ତାଙ୍କ ଦୁଇ ବଖରା ଘର ସମେତ ଆସବାପତ୍ର ପୋଡ଼ିଯାଇଛି। ଖବର ପାଇ ବାହାନଗା ଓ ସୋର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତୁରନ୍ତ ଉକ୍ତ ଘର ପୋଡ଼ି ଘଟଣାରେ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।
