ବସ୍ତା କୋର୍ଟ ର ଯୁବ ମହୁର ଙ୍କ ବିୟୋଗ।
ବସ୍ତା:- ୧୫।୩ (ନି.ପ୍ର)
ବସ୍ତା କୋର୍ଟ ର ଯୁବ ମହୁର ମଥାନୀ ପଂଚାୟତ ପଣ୍ଡରୁଙ୍ଗୀ ଗାଁ ର ଗୈରାଙ୍ଗ ଜେନା (୫୨)ଙ୍କ ଗତକାଲି ରାତିରେ ଦେହାନ୍ତ ହୋଇଛି। ଶ୍ରୀ ଜେନା ଗତ ୧୩ ତାରିଖରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ପ୍ରଥମେ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପରେ ବାଲେଶ୍ବର ମେଡିକାଲ କଲେଜ ରୁ କଟକ ଏସ୍ ସି ଭି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ସେଠାରେ ଗତକାଲି ରାତି ବାରଟା କୋଡ଼ିଏ ମିନିଟ୍ ସମୟରେ ମୃତ୍ଯୁବରଣ କରିଥିଲେ । ଦୁଇଟି ଯାକ କିଡନୀ ଖରାପ ହୋଇଯାଇଥିଲା। । ମୃତ୍ୟୁ ଶଯ୍ୟା ନିକଟରେ ସାନଭାଇ ପୁଅ ଝିଅ ପୁତୁରା ଭଣଜା ଭାଣିଜୀ ସାଙ୍ଗ ମାନେ ଉପସ୍ଥିତ ଥିଲେ ପୁର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି ଶୋକ ପ୍ରକାଶ କରିଥିବା ବେଳେ ଗତକାଲି ଠାରୁ ଖବର ପାଇ ଜିଲ୍ଲା କଂଗ୍ରେସ କମିଟି ର ଉପସଭାପତି ସୁଧାଂଶୁ ଶେଖର ଜେନା ଗାଁ ରେ ପହଞ୍ଚି ଥିଲେ ସେହିପରି ପୁର୍ବତନ ସରପଞ୍ଚ ଅନୀଲ କୁମାର ମହାପାତ୍ର ଯୁବ ସମାଜ ସେବୀ ଅଜୟ ଧଳ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ବସ୍ତା ର ସଭାପତି ବିଜୟ କୁମାର ଭୂୟାଁ ମଥାନୀ ସମବାୟୋ ସଭାପତି କିଶୋର କୁମାର ପାଳ ଅଦୈତ୍ୟ ଜେନା ଏଡଭୋକେଟ ସରୋଜ ଜେନା ଉପସ୍ଥିତ ହୋଇ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶୋକାକୁଳ ପରିବାରକୁ ଭେଟିଥିଲେ। ପଣ୍ଡରୁଙ୍ଗୀ ସ୍ମସାନ ରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।
