*ସ୍ୱଚ୍ଛତା ମିତ୍ରଙ୍କ ନିଆଁରା ଉଦ୍ୟମ, ଜିଲ୍ଲାପାଳ ଙ୍କୁ ଆହ୍ବାନ କୁ ପାଳନ ଆହ୍ବାନ ଏକ ଜାଗରଣ ରେ ପରିଣତ* ନୂଆପଡା(ମିଖାଏଲ ନନ୍ଦ)
ତା:୧୫.୦୩.
ଜୀବଜଗତର ସୁଖ ଜୀବନଯାପନ ପାଇଁ ପରିବେଶ କୁ ସୁନ୍ଦର ରଖିବାକୁ ହୁଏ। ପରିବେଶ ସୁରକ୍ଷା ହିଁ ଜୀବନ ରକ୍ଷା। ଏହି ଉଦ୍ଦେଶ୍ଯ ରେ ଜିଲ୍ଲା ପ୍ରଶାସନ ନୁଆପଡା, ବହୁ ସଚେତନ କାର୍ଯ୍ୟକ୍ରମ କରି ଗାଁ ଗାଁ ଜନସାଧାରଣଙ୍କୁ ଏକକ ବ୍ୟବହୃତ ପ୍ଳାଷ୍ଟିକକୁ ଦୂରେଇବା ଦିଗରେ ଜନ ଜାଗ୍ରତ କାର୍ଯ୍ୟ ଜାରି ରଖିଛନ୍ତି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ସ୍ୱଚ୍ଛତା କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବୋଡେନର ସ୍ୱଚ୍ଛତା ମିତ୍ର ପିତାମ୍ବର ଦୀପ ଗ୍ରାମ କୁ ଗ୍ରାମ ବୁଲିବୁଲି ଲୋକମାନଙ୍କୁ ସଚେତନ ବାର୍ତ୍ତା ଦେବା ସଙ୍ଗେ ସଙ୍ଗେ ସଫେଇ କାର୍ଯ୍ୟରେ ସହଯୋଗ କରିଆସୁଛନ୍ତି। “ଗାଁ ପରିମଳ ଗାଁ ମୁଣ୍ଡରୁ” ଏହି ସ୍ଳୋଗାନ ଦ୍ବାରା ପ୍ରାୟ ଷାଠିଏ କିଲୋଗ୍ରାମ ପ୍ଳାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରି ପରିବେଶକୁ ସ୍ୱଚ୍ଛତା ଆଣିବା ଦିଗରେ ସାଧନ କରିଛନ୍ତି। ତାଙ୍କ ସାଥିରେ ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ଦୁସିତା ସଗରିଆ ମଧ୍ଯ ମହିଳା ମାନଙ୍କୁ ସ୍ୱଚ୍ଛତା ଦିଗରେ ଜାଗ୍ରତ କରି ସଫେଇ କାମରେ ସହଯୋଗ କରି ଆସୁଛନ୍ତି। ପିତାମ୍ବର ଜଣେ ସରକାରୀ ଶିକ୍ଷକ ଥିବାବେଳେ ଦୁସିତା ଅଙ୍ଗନୱାତି କର୍ମୀ ଅଟନ୍ତି। ସ୍ୱାମୀ ସ୍ତ୍ରୀ ମିଶି ଏକକ ବ୍ୟବହୃତ ପଲିଥିନ ମୁକ୍ତ ପରିବେଶ ଗଠନରେ ଦୃଢ ମନୋବଳ ସହିତ କାମ କରି ଆସୁଛନ୍ତି। ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ରାସ୍ତା ଘାଟରେ ପଡିଥିବା ପ୍ଳାଷ୍ଟିକ
