*ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଏକ ଦିବସୀୟ ଜାତୀୟ ସମ୍ମିଳନୀ ଅନୁଷ୍ଠିତ*
ଖଡ଼ିଆଳ( ମିଖାଏଲ ନନ୍ଦ)
ତା : ୧୪/୦୩
ଖଡ଼ିଆଳସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ମନୋବିଜ୍ଞାନ ବିଭାଗ ଓ ପତଙ୍ଗ ଇଣ୍ଡିଆ ସଂଗଠନର ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l “ଯୁବ ବୟସ୍କଙ୍କ ମଧ୍ୟରେ ଆକାଂକ୍ଷା ଏବଂ ପସନ୍ଦରେ ମଡେଲିଂର ଭୂମିକା” ଶୀର୍ଷକ ଉପରେ ଆଲୋଚନା ଚକ୍ରକୁ ଅଧ୍ୟକ୍ଷ ଡ଼. ଅକ୍ଷୟ କୁମାର ସାହୁ ଉଦଘାଟନ କରିଥିଲେ l ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ମଧୁସୂଦନ ଦାଶ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ ଡ. ଫଣିନ୍ଦମ ଦେଓ, ନିମନ୍ତ୍ରିତ ଅତିଥି ଭାବରେ ପ୍ରତିଷ୍ଠାତା ତଥା ପତଙ୍ଗ ଇଣ୍ଡିଆ ସଂଗଠନର ସିଇଓ ଡ. ରୀତା ମିଶ୍ର, ସମ୍ମାନିତ ଅତିଥି ଭାବରେ ଡିଭିଜନାଲ ଫରେଷ୍ଟ ଅଫିସର ଆଇଏଫଏସ ମହମ୍ମଦ ଫତହୁନ ଅଜିଜ ଖାନ, ମୁଖ୍ୟ ବକ୍ତା ଭାବରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ରୂପଶ୍ରୀ ଗୋସ୍ୱାମୀ, ଅନ୍ୟତମ ବକ୍ତା ଭାବରେ ସ୍କୁଲ୍ ଅଫ୍ ଲିବରାଲ୍ ଆର୍ଟସ୍, ଏକ୍ସଆଇଏମ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ସହକାରୀ ପ୍ରଫେସର, ଡ. ନାଜିଆ ଆରିଫ ଯୋଗ ଦେଇଥିଲେ l ଆବାହକ ଚନ୍ଦ୍ରକାନ୍ତ ଦାସ ଆଲୋଚନା ଚକ୍ରର ଆଭିମୁଖ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ଭାରପ୍ରାପ୍ତ ବିଭାଗ ମୁଖ୍ୟ ଡ. ସୁରେନ୍ଦ୍ର କାଲେତ, ସହ ଅବାହିକା ବନିତା ସେଠି, ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଶୁଭସ୍ମିତା ପଧାନ ନିଜର ଅଭିମତ ପ୍ରଦାନ କରିଥିଲେ l ଏହା ସହିତ ପତଙ୍ଗ ଇଣ୍ଡିଆ ସଂଗଠନ ଦ୍ୱାରା ଲିଙ୍ଗ ସମାନତା ଏକ ଆଭାସୀ ପାଠ୍ୟକ୍ରମ ମହାବିଦ୍ୟାଳୟରେ ଖୋଲା ହେଲା l ଏଥିରେ ଚାରୋଟି ବୈଷୟିକ ଅଧିବେଶନରେ ଓଡିଶାର ବିଭିନ୍ନ ମହାବିଦ୍ୟାଳୟରୁ ଅଧ୍ୟାପକ, ଅଧ୍ୟାପିକା ତଥା ଗବେଷକ ଓ ଗବେଷିକା ଯୋଗଦେଇ ନିଜର ପ୍ରବନ୍ଧ ଉପସ୍ଥାପନା କରିଥିଲେ l ମୁଖ୍ୟ ଅତିଥି ଜିଲ୍ଲାପାଳ ମଧୁସୂଦନ ଦାଶ ଏହି ମୁହୂର୍ତ ରେ ଆବାହକ ମନୋବିଜ୍ଞାନ ଅଧ୍ୟାପକ ଚନ୍ଦ୍ରକାନ୍ତ ଦାସ ଙ୍କୁ ଏପରି ଏକଜାତୀୟ ସମ୍ମିଳନୀ ଅନୁଷ୍ଠିତ କରିଥିବା ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ | ଡ. ଲିପିକା ପ୍ରିୟଦର୍ଶିନୀ ପାତ୍ର, ରାଜେଶ ପାତ୍ର, ଡ଼. ଶିବ କୁମାର, ପ୍ରହଲ୍ଲାଦ ମାଝି, ପ୍ରୀତମ ତିର୍କୀ, ଚିଣ୍ଟୁ ଭୋଇ, ପ୍ରବୀଣ ପଟ୍ଟନାୟକ, କୁନାଲ କୁମାର ବାଗ, ପ୍ରଳୟ ମହାନ୍ତି, ଚନ୍ଦ୍ରକାନ୍ତ ଜାଲି ବିଭିନ୍ନ ଅଧିବେଶନର ପରିଚାଳନା କରିଥିବବେଳେ ଡ. ଲିଙ୍ଗରାଜ ସାହୁଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଶେଷରେ ସହକାରୀ ପ୍ରଫେସର ରଶ୍ମିକାନ୍ତି ତିର୍କୀ ଧନ୍ୟବାଦ ଦେଇଥିଲେ l
