Slog- ଆଜିଠୁ ଆରମ୍ଭ ଯାଉଛି ପ୍ରସିଦ୍ଧ ଧୋଡ୍ରା ମଣ୍ଡେଇ ।
Format – story
Anchor – ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଧୋଡ୍ରା ମଣ୍ଡେଇ ।ଆଜିଠୁ ଆରମ୍ଭ ପ୍ରସିଦ୍ଧ ଧୋଡ୍ରା ମଣ୍ଡେଇ । ଏହା ନବରଂଗପୁର ଜିଲ୍ଲାର ଏକ ଅଞ୍ଚଳର ଐତିହାସିକ ଯାତ୍ରା । ବହୁ ପୁରାଣ କାଳରୁ ଚାଲି ଆସିଛି ଏ ପରମ୍ପରା । ଏଠାରେ ଆଖ ପାଖ ଅଞ୍ଚଳରୁ ଲାଠି, କୁର୍ସୀ ମାନଙ୍କୁ ନିମନ୍ତ୍ରଣ କରାଯାଇଥାଏ। ଏହି ମଣ୍ଡେଇ ଯାତ୍ରା ଶନିବାର ରୁ ଆରମ୍ଭ ହୋଇ ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବା । ଯାତ୍ରା ଶେଷରେ ନାଟ ତଥା ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ । ଏଠାରେ ପାଖ ପଡ଼ୋଶୀ ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିଥାଏ। ଏହି ଯାତ୍ରା ର ଏକ ମୁଖ୍ୟ ଆକର୍ଷଣ ହେଉଛି ଏକ ବିରାଟ ମିନବଜାର, ଯାହା ଦେଖିବାକୁ ବହୁଦୂର ଦୁରନ୍ତରରୁ ଲୋକ ଆସନ୍ତି । ଶେଷରେ ସମସ୍ତ ଦେବାଦେବୀ ନିଜନିଜର ବଉଳାଣି ପରେ ପୀଠକୁ ଫେରି ଯାଆନ୍ତି।
ଉମରକୋଟ ରୁ ସୁବ୍ରତ ମିସ୍ତ୍ରୀ
