*ନୂଆପଡ଼ା ଜିଲ୍ଲା କଂଗ୍ରେସ୍ କମିଟି ପକ୍ଷ ରୁ ବର୍ଦ୍ଧିତ ରନ୍ଧନ ଗ୍ୟାସ ପ୍ରତିବାଦ ରେ ପଥାଚାରୀଙ୍କୁ ଚା ପିଆଇ ଅଭିନବ ପ୍ରତିବାଦ*
ନୂଆପଡା (ମିଖାଏଲ ନନ୍ଦ)
ତା:୧୩.୦୩.
ରନ୍ଧନ ଗ୍ୟାସ ସଙ୍କଟ ନାମରେ ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ବର୍ଦ୍ଧିତ ରନ୍ଧନ ଗ୍ୟାସ ମୂଲ୍ୟ କୁ ପ୍ରତିବାଦ କରି ଆଜି ଜିଲ୍ଲା କଂଗ୍ରେସ୍ କମିଟି ପକ୍ଷ ରୁ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ରେ ୩୫୩ ନମ୍ୱର୍ ଜାତୀୟ ରାଜପଥ ରେ ଯାତାୟତ କରୁଥିବା ବାଇକ୍ ଆରୋହୀ, ପଥଚାରୀ ଙ୍କୁ ଅଟକାଇ ଚା ପିଆଇବା ଦୃଶ୍ୟ ଦେଖିବାକୁ ମିଳିଛି। ଜିଲ୍ଲା ସଭାପତି ଘାସିରାମ ମାଝୀ ଏକ ଲିଫଳେଟ ଧରି ଜାଳେଣୀ ଗ୍ୟାସ ବର୍ଦ୍ଧିତ ଦର୍ କୁ ପ୍ରତ୍ୟାହାର କରାଯାଉ ବୋଲି ଉଲ୍ଲେଖ ରହିଅଛି। ତାଙ୍କ ଏହି ପ୍ରତିବାଦ କୁ ପଥିକ ମାନେ ଅଟକି ଚା ପିଉ ଥିବା ବେଳେ ପ୍ରଶଂସା କରିଥିଲେ। ଜାଳେଣୀ ଗ୍ୟାସ ପ୍ରତ୍ୟେକ ପରିବାରଙ୍କୁ ଆବଶ୍ୟକ ଅଟେ। ଏକ ସାଙ୍ଗରେ ୬୦ ଟଙ୍କା ବୃଦ୍ଧି ବିଶେଷ କରି ମଧ୍ୟବିତ୍ତ ପରିବାର କୁ ଆର୍ଥିକ ବୋଝ ଅଟେ। ପରେ ଗୋଟିଏ ଗ୍ୟାସ ଉପଭୋକ୍ତା ମାନେ ନେବା ପରେ ଅନ୍ୟ ଗ୍ୟାସ ବୁକିଙ୍ଗ ୨୫ ଦିନ ବ୍ୟବଧାନ ପାରେ ସମ୍ଭବ ନେଇ ଚିନ୍ତାଜନକ ବିଷୟ ଅଟେ। ତେଣୁ ଜିଲ୍ଲା କଂଗ୍ରେସ୍ କମିଟି ପକ୍ଷ ରୁ ଆନ୍ଦୋଳନ କରିଛନ୍ତି ମିଡ଼ିଆ ପ୍ରଭାରୀ ସୁଧୀର ମିଶ୍ର ମଧ୍ୟ ଉପସ୍ଥିତ ରହି ପଥିକ ଙ୍କୁ ଚା ବଣ୍ଟନ କରୁଛନ୍ତି।
