*ନୂଆପଡ଼ା ଜିଲ୍ଲାପାଳ ଙ୍କ ଆହ୍ବାନ କ୍ରମେ ଗାଁ ମୁଣ୍ଡରୁ ସ୍ବଚ୍ଛତା ଅଭିଯାନ, ଖଡିଆଳ ଏନ୍ ଏ ସି ରେ ୱାର୍ଡ ମୁଣ୍ଡରୁ ସ୍ବଚ୍ଛତା ଅଭିଯାନ ଆରମ୍ଭ*
ନୂଆପଡା (ମିଖାଏଲ ନନ୍ଦ)
ତା:୧୩.୦୩.
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଆହ୍ବାନ କ୍ରମେ ନୂତନ ଜଣ ଜାଗରଣ ଅଭିଜାନ ଆରମ୍ଭ କରିଛନ୍ତି। ସ୍ବଚ୍ଛତା ପ୍ରତ୍ୟେକ ନାଗରିକଙ୍କ ଜନ୍ମ ଗତ କର୍ତ୍ତବ୍ୟ ହୋଇଥିବା ବେଳେ “ଗାଁ ମୁଣ୍ଡରୁ ସ୍ବଚ୍ଛତା ଅଭିଯାନ” ଆରମ୍ଭ କରିଛନ୍ତି। ତେଣୁ ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ୱାର୍ଡ ମୁଣ୍ଡରୁ ସ୍ବଚ୍ଛତା ଅଭିଯାନ ଆରମ୍ଭ କରିଛନ୍ତି। ଆଜି ଖଡିଆଳ ଏନ୍ ଏ ସି ର ୱାର୍ଡ ନମ୍ୱର୍ ୧ ମିଶନ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଏବଂ ୩୫୩ ନମ୍ୱର୍ ଜାତୀୟ ରାଜପଥ ଉଭୟ ପାର୍ଶ୍ଵ ରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଖଡିଆଳ ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା ଯୋଗ ଦେଇ ନିଜେ ସୁରକ୍ଷିତ ରହି ଅଭିଯାନ କୁ ଜନଜାଗରଣ ରେ ପରିଣତ କରିବାକୁ ଆହ୍ବାନ କରିଥିଲେ। ପ୍ରତ୍ୟେକ ଶନିବାର ଦିନ ସମସ୍ତ କର୍ମଚାରୀ, ବିଦ୍ୟାଳୟ, ସ୍କୁଲ କଲେଜ୍ ଛାତ୍ର ଛାତ୍ରୀ ମାନେ ନିଜ ଅଞ୍ଚଳ ରେ ସଫେଇ କାର୍ଯ୍ୟ ହାତକୁ ନେଇ “ନିଜ ପରିବେଶ ନିଜ ହାତରେ , ସ୍ବଚ୍ଛତା କରିବା ନିଜ ବାଟରେ” ସ୍ଲୋଗାନ ଦେଇଥିଲେ। ସ୍ୱଚ୍ଛ ସୂପରଭାଇଜର ମମତା ମଞ୍ଜରୀ ଥାପା ମଧ୍ୟ ଯୋଗ ଦେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କର୍ମଚାରୀ ମାନେ ଯୋଗ ଦେଇଥିଲେ। ସେନିଟେସନ୍ ଇଯାର ତାଣ୍ଡି, ସ୍ୱଚ୍ଛ ଏସ୍କପଡ ରାଜୀବ ଏବଂ ମହିଳା ଗୋଷ୍ଠୀମାନେ ଯୋଗ ଦେଇଥିଲ
