*ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ପୋଡ଼ା ପଦର ରାସ୍ତା ର ଗୋର୍ଲା ନିକଟରେ ଜଙ୍ଗଳ ରେ ନିଆଁ, ଲାଗିଛି*
ନୂଆପଡା(ମିଖାଏଲ ନନ୍ଦ)
ତା-୧୩.୦୩.
ନୂଆପଡ଼ା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ପୋଡ଼ାପଦର ସଡ଼କ କଡ଼ରେ ଗୋର୍ଲା ନିକଟରେ ଜଙ୍ଗଳ ରେ ନିଆଁ ଲାଗିଛି। ବ୍ୟାପକ ଅଗ୍ନିକାଣ୍ଡ ହୋଇଥିବା ବେଳେ ଚାରିଆଡ଼େ ଧୁଆଁ ଧୁଆଁ ହୋଇଯାଇଅଛି। ବନ୍ ସୁରକ୍ଷା ସମିତି, ସିନାପାଲି ବନ୍ ବିଭାଗ ଏବଂ ଅଗ୍ନି ସେବା ଶମ୍ ବିଭାଗ କୁ ମଧ୍ୟ ଯୋଗ ଯୋଗ କରାଯାଇଅଛି। ଅଗ୍ନି ଉପରେ ଆୟତ୍ତ କରିବାକୁ ଅନୁରୋଧ କରିଥିବା ବେଳେ ମିଳିତ ରୂପେ ଅଗ୍ନି ଉପରେ ଆୟତ୍ତ କଲେ ନାଗରିକ, ଜୀବନ ଜନ୍ତୁ, ବନ୍ୟପ୍ରାଣୀ ରକ୍ଷା ପାଇବା ସହ ପରିବେଶ ଉତ୍ତାପ ରୁ ମଧ୍ୟ ରକ୍ଷା ପାଇବ। ଗ୍ରାମବାସୀ ମାନେ ସଜାଗ ରହି ନିଜ ଅଞ୍ଚଳର ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ଆହ୍ବାନ କରିଛନ୍ତି। ବନ୍ ବିଭାଗ ପକ୍ଷ ରୁ ଅନେକ ଜଙ୍ଗଲ ରେ ଫାୟାର ଲାଇନ୍ ସୃଷ୍ଟି କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି।
