*ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ “ଆଧୁନିକ ବ୍ୟାଙ୍କର ଦିଗଦର୍ଶକ ଓ ଡିଜିଟାଲ ଆର୍ଥିକତାର ପଥ ପ୍ରଦର୍ଶକ” କାର୍ଯ୍ୟକ୍ରମ ସମ୍ପାଦିତ ହୋଇଯାଇଛି* ନୂଆପଡା(ମିଖାଏଲ ନନ୍ଦ)
ତା:୧୩.୦୩.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ ନିମନ୍ତେ “ଆଧୁନିକ ବ୍ୟାଙ୍କର ଦିଗଦର୍ଶନ ଓ ଆର୍ଥିକତାର ପଥ ପ୍ରଦର୍ଶକ ” ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ତଥା ମୁଖ୍ୟ ପଥ ନିର୍ଦେଶକ ଭାବରେ ଇଂଲଣ୍ଡରେ ଲୋୟାଡ଼ ବ୍ୟାଙ୍କର ପରିଚାଳନା ନିର୍ଦ୍ଧେଶକ ଶ୍ରୀ ସୁଶାନ୍ତ କୁମାର ପଣ୍ଡା ଭାରତୀୟ ଛାତ୍ର ଛାତ୍ରୀଙ୍କର ବିଦେଶରେ ଥିବା ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ ।ଆତ୍ମ ନିର୍ଭରଶୀଳ ହେବା ନିମନ୍ତେ ଶିକ୍ଷା, ଏକାଗ୍ରତା, ନିର୍ଦ୍ଦିଷ୍ଟ ଲକ୍ଷ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ସମସ୍ତ ଛାତ୍ର ଛାତ୍ରୀଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କିତ ପ୍ରଶ୍ନ, ଜିଜ୍ଞାସା ର ଉତ୍ତର ଖୁବ ସରଳ ଆଞ୍ଚଳିକ ଭାଷାରେ ପ୍ରଦାନ କରିଥିଲେ । ଯୁକ୍ତ ଦୁଇ ଅଧ୍ୟକ୍ଷ ଡ଼ ରଣବୀର ସିଂ,ପ୍ରାଧ୍ୟାପକ ଡ଼ ତରୁଣ କୁମାର ପ୍ରଧାନ,ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ସୁନୀଲ କୁମାର ପାଢୀ,ଛାତ୍ର କଲ୍ୟାଣ ଅଧିକାରୀ ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା, ଶିକ୍ଷା ବିଭାଗ ଅଧ୍ୟାପକ ହରିହର ବେଶରା,ଅଧ୍ୟାପକ ମୌସମ ପ୍ରଧାନ,ଅଧ୍ୟାପକ ହରନମ ସିଂ, ଶାରୀରିକ ଶିକ୍ଷା ବିଭାଗ ଅଧ୍ୟାପକ ଡ଼ ସରୋଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଜରୁରୀ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ପରିଶେଷରେ ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା ଧନ୍ୟବାଦ ଅର୍ପଣ କରିଥିଲେ। ସ୍ନାତକୋତ୍ତର ଡିଗ୍ରୀର ଶେଷ ବର୍ଷର ଛାତ୍ର ଛାତ୍ରୀ ଯୋଗଦେଇ ଉପକୃତ ହୋଇଥିଲେ । ସାମୁହିକ ଭାବରେ ମୁଖ୍ୟ ଅତିଥି ଙ୍କୁ ଏବଂ ଛାତ୍ର ଛାତ୍ରୀ ଙ୍କୁ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ଧନ୍ୟବାଦ ଜଣାଇଥିଲେ ।
