*ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଜଳ ମହୋତ୍ସବ ୨୦୨୬ ରେ ନୂଆପଡ଼ା ଜିଲ୍ଲା ରୁ ରାଧେଶ୍ୟାମ ଶତପଥୀ ଯୋଗଦାନ, ଓଡ଼ିଶା ରୁ ୨୦ ଜଣ ପ୍ରତିନିଧି ଦିଲ୍ଲୀରେ ଯୋଗଦାନ* ନୂଆପଡା(ମିଖାଏଲ ନନ୍ଦ)
ତା:୧୨.୦୩.
ନୂଆପଡ଼ା ଜିଲ୍ଲା ରୁ ଖୁଦପେଜ୍ ଗ୍ରାମ ପଞ୍ଚାୟତ ର ସ୍ବେଛାସେବୀ ରାଧେଶ୍ୟାମ ଶତପଥୀ ଜିଲ୍ଲା ପାଇଁ ପ୍ରତିନିଧିତ୍ଵ କରି ଦିଲ୍ଲୀ ଠାରେ ଜଳ ମହୋତ୍ସବ ରେ ଯୋଗଦାନ କରିଥିଲେ। କେନ୍ଦ୍ର ସରକାରଙ୍କ ହର ଘର ଜଳ ମିଶନ ଜରୀଆରେ ୮୦ % ପ୍ରତିଶତ ରୁ ଉର୍ଦ୍ଧ ଘରକୁ ପାଇପ ଯୋଗେ ଜଳ ଯୋଗାଣ ଲକ୍ଷ ପୂର୍ଣ୍ଣ କରିଥିବା ନେଇ ତାଙ୍କୁ ଦିଲ୍ଲୀ ଠାରେ ଯୋଗଦାନ ପାଇଁ ସୁଯୋଗ ଦେଇଥିଲେ। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୦ ଜଣ ପ୍ରତିନିଧି ଦଳ ଗସ୍ତ କରିଥିବା ବେଳେ ଦିଲ୍ଲୀର ବିଜ୍ଞାନ ଭବନ ଠାରେ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଜଳ ଉତ୍ସବ ରେ ସମ୍ବୋଧନ କରି ଜଳ ଯୋଗାଣ ରେ ଉଲ୍ଲେଖନୀୟ ଅବଦାନ ପାଇଁ ସାଧୁବାଦ୍ ଦେଇଥିଲେ।
