*ନୂଆପଡ଼ା ଜିଲ୍ଲା ସ୍ତରୀୟ ମାରାଗୁଡ଼ା ଲୋକ ମହୋତ୍ସବ ୨୦୨୬ ପୋଷ୍ଟର ଉନ୍ମୋଚନ*
ନୂଆପଡା(ମିଖାଏଲ ନନ୍ଦ)
,ତା: ୧୨.୦୩,
ନୂଆପଡ଼ାଜିଲ୍ଲା ସ୍ତରୀୟ ମାରାଗୁଡ଼ା ଲୋକ ମହୋତ୍ସବ ୨୦୨୬ ପୋଷ୍ଟର ଉନ୍ମୋଚନ ହୋଇଯାଇଅଛି। ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ପୋଷ୍ଟର ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ ପି ଅମୃତ ପାଲ ସିଂ, ବରିଷ୍ଠ ଆଇନ ଯିବି ପ୍ରସନ୍ନ ପାଢୀ, ଖରୀଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା ଡଃ.ସୋନିଆ ଜୈନ୍,ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ.ଧନେଶ୍ୱର ସେଠୀ, ଶିବ ପ୍ରସାଦ ବେହେରା, ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଭୈରବ ସାହୁ, କ୍ରୀଡା ଅଧିକାରୀ ରାଜେନ୍ଦ୍ର ବଢେଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଜିଲ୍ଲା ଓକିଲ ସଂଘ ସଭାପତି ଖିତିଶ୍ ଅଶୋକ ବଧୋନକର ପ୍ରମୁଖ ଉପସ୍ଥିତ ଥିଲେ।
