
ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଶତାଧିକ ଛାତ୍ର ଛାତ୍ରୀ
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ରାମଗିରି ସ୍ଥିତ ଡଃ ବାବା ସାହେବ୍ ଆମ୍ବେଦକର ଜାତୀୟ ସ୍ନାତକ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଚଳିତ ବର୍ଷ ଷ୍ଟାଇପେଣ୍ଟ ପାଇ ପାରି ନାହାଁନ୍ତି। ପୋଷ୍ଟ ମେଟ୍ରିକ୍ ଷ୍ଟାଇପେଣ୍ଟ ପାଇବା ପାଇଁ ସେମାନେ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ମହାବିଦ୍ୟାଳୟ ଅନୁବନ୍ଧିତ ସମସ୍ୟା ରହିଥିବା ହେତୁ ସେମାନେ ଏହି ଷ୍ଟାଇପେଣ୍ଟ ପାଇବା ପାଇଁ ସମସ୍ୟା ହେଉଥିବା ଜଣା ପଡ଼ିଛି। ଏନେଇ ଶତାଧିକ ଛାତ୍ର ଛାତ୍ରୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ନିଜର ସମସ୍ୟା ଜଣାଇଥିଲେ। ଜିଲ୍ଲାପାଳ ଏହି ଅଭିଯୋଗ ଶୁଣି ତୁରନ୍ତ ଏ ସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଷ୍ଟାଇପେଣ୍ଟ ପ୍ରଦାନ ପାଇଁ କିଛି ସମୟ ମାଗିଛନ୍ତି। ଏନେଇ ଏହି ଦୁଃଖ ଦାୟକ ସମସ୍ୟା ସମାଧାନ ନ ହେଲେ ଆମେ ପୁଣି ଥରେ ରାଜ ରାସ୍ତା କୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିବା ପାଇଁ ଚେତାବନୀ ଦେଇଛନ୍ତି ଛାତ୍ର ଛାତ୍ରୀ।
