
-ହସ୍ତତନ୍ତ ଶିଳ୍ପ ଓ କୋଷା ସୁତା କାରିଗରର ମହାରଥୀ କର୍ଣ୍ଣ ମେହେର ବରଗଡ :୧୦/୦୩(ନି, ପ୍ର) କଳା, ସାହିତ୍ୟ, ସଂସ୍କୃତିର ହବ ସେଣ୍ଟର ବରଗଡ଼ ଜିଲ୍ଲା ବରପାଲି ସହର । ପ୍ରାକୃତିକ ତନ୍ତୁକଳା ଶିଳ୍ପ କ୍ଷେତ୍ରରେ ବରପାଲିରୁ ଦିଲ୍ଲୀ ଦରବାର ଯାଏ ତନ୍ତୁକଳାର ଯାଦୁଗରୀକୁ ପହଞ୍ଚାଇ ପାରିଛନ୍ତି ବରପାଲି ସହରର ୫୪ ବର୍ଷୀୟ ତନ୍ତୁ କାରିଗର କର୍ଣ୍ଣ ମେହେର । ଝୋଟ, ଟସର ଆଦି ପ୍ରାକୃତିକ ତନ୍ତୁକଳାରେ ଚଢ଼େଇଙ୍କ ବସା କୁହନ୍ତୁ କି ଆଦିବାସୀ ସଂସ୍କୃତିର ଜୀବନ ଗାଥା କୁହନ୍ତୁ, ରାଧାକୃଷ୍ଣଙ୍କ ଦୋଳରାସ ହେଉ କି ଆକାଶରେ ଚନ୍ଦ୍ରଙ୍କ ଉଦୟ ହେଉ । କର୍ଣ୍ଣ ମେହେରଙ୍କ ହାତ ତିଆରି ଦଶବତାର, ଗୀତା, ଧର୍ମ, ଅଧର୍ମ, ଦାରୁ, ଦେବତାଙ୍କ ଭଳି ଅନେକ ରଙ୍ଗ ବେରଙ୍ଗର ତନ୍ତୁକଳା ଦେଶ ଓ ବିଦେଶରେ ବେଶ ଚାହିଦା ରହିଛି । ଏଥିପାଇଁ ତନ୍ତୁ କାରିଗର କର୍ଣ୍ଣ ମେହେରଙ୍କୁ ୨୦୧୦ ମସିହାରେ କେନ୍ଦ୍ର ସରକାର ନ୍ୟାଶନାଲ ଆୱାର୍ଡ ପ୍ରଦାନ କରିଛନ୍ତି । ସେହିପରି ୨୦୧୮ ମସିହାରେ ରେଶମ ଓ ସୁତୁଲିରେ ବିଭିନ୍ନ ସାମଗ୍ରୀ ସାଉଥ ଆଫ୍ରିକାର ଲିମାପେରୁରେ ଆୟୋଜିତ ପ୍ରଦର୍ଶନୀ ମେଳାରେ ଅଂଶ ଗ୍ରହଣ କରି ବେଶ ପ୍ରଂଶସନୀୟ ହୋଇଛନ୍ତି କାରିଗର କର୍ଣ୍ଣ ମେହେର । ହେଲେ ଏବେ ବଜାରରେ କଞ୍ଚାମାଳର ଅଭାବ ଓ ବିକ୍ରି ପାଇଁ ସରକାରୀ ସ୍ତରରେ ବଜାର ବ୍ୟବସ୍ଥା ନଥିବାରୁ ଯୋଗୁ କାରିଗରଙ୍କ ତନ୍ତୁକଳା ଶିଳ୍ପ କ୍ଷେତ୍ରରେ ସେମାନଙ୍କ ଜୀବନ ଜୀବିକା ସଂକଟ ଦେଖା ଦେଇଛି । କର୍ଣ୍ଣ ମେହେରଙ୍କ ନିଜେ ଜଣେ ସଫଳ ତନ୍ତୁକଳା କାରିଗର ହେବା ସହିତ ବରପାଲି ସହରର ଆଖପାଖ ଅଞ୍ଚଳର ୧୫ଜଣ ମହିଳାଙ୍କୁ ଦେଉଛନ୍ତି ପ୍ରଶିକ୍ଷଣ ।
