ଜୁନାଗଡରେ ବାଇପାସ ରାସ୍ତା ଓ ଟ୍ରାଫିକ ସମସ୍ୟା ନେଇ ନାଗରିକ କମିଟିର ବୈଠକ।
ଜୁନାଗଡ଼,୦୮/୦୩(ସୂରଜ ଜୟସୱାଲ) : କଳାହାଣ୍ଡି ଜିଲ୍ଲା ର ଜୁନାଗଡ ଏକ ସର୍ବ ପୁରାତନ ସହର ଏବ୍ କଳାହାଣ୍ଡି ଜିଲ୍ଲା ର ପ୍ରମୂଖ ବାଣିଜ୍ୟିକ ପେଣ୍ଠସ୍ଥଳୀ l ସହର ରେ ଏବେ ଟ୍ରାଫିକ ସମସ୍ଯା ଗୁରୁତର ସମସ୍ୟା ଭାବେ ଦେଖାଦେଇଛି l ଏହି ସମସ୍ୟା ନେଇ ଜୁନାଗଡ ସ୍ଥିତ ଓରିଅନ୍ ହୋଟେଲ ଠାରେ ସହର ର ବୁଦ୍ଧିଜିବୀ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜୁନାଗଡ ର ବହୁ ବୁଦ୍ଧିଜିବୀ ଉପସ୍ଥିତ ରହି ଟ୍ରାଫିକ ସମସ୍ୟା ସହ ସହର ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା l ଏଥିରେ ଜୁନାଗଡ ରେ ପ୍ରସ୍ତାବିତ ବାଇପାସ ରାସ୍ତା ନିର୍ମାଣ ବିଳମ୍ବ ହେଉଥିବରୁ ଉଦବେଗ ପ୍ରକାଶ ପାଇଥିଲା। ସହରର ବିଭିନ୍ନ ଗୁରୁତ୍ୱପୂର୍ଣ ସମସ୍ୟା ନେଇ ବିଭିନ୍ନ ଫରୁମ୍ ରେ ସରକାର ଏବଂ ପ୍ରାଶାସନିକ ଅଧିକାରୀଙ୍କୁ ଭେଟି ଦାବି ପତ୍ର ଦେବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିଲା l ବୈଠକ ରେ ସହର ରେ ଉପୁଜିଥିବା ବିଭିନ୍ନ ସମସ୍ୟା ଉପରେ ବୁଦ୍ଧିଜିବୀ ମାନେ ଉଦବେଗ ପ୍ରକାଶ କରିଥିଲେ l ଏହା ପରେ ସହରରେ ଟ୍ରାଫିକ ଏବ୍ଂ ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ଥାନା ଅଧିକାରୀ ଶେଷ ଦେବ ବେହେରା ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।ବୈଠକ କୁ ଇଶ୍ଵର ପୁଝାରୀ ସଭାପତିତ୍ଵ କରିଥିବା ବେଳେ ଦାମୋଦର ବେହେରା ସଭା ପରିଚାଳନା କରିଥିଲେ l ଏଥିରେ ସହର ର
ଅଶୋକ ପଟ୍ଟନାୟକ,ଅଶୋକ ପାତ୍ର,ଲଳିତ ଅଗ୍ରୱାଲ୍, ପ୍ରଭାତ ଦାସ,ବିଶ୍ଵନାଥ କର,ସାମ୍ବାଦିକ ଦେବେନ୍ଦ୍ର ବିଶି, ସନ୍ତୋଷ ସିଂହଦେଓ,ଆଦିତ୍ୟ ମହାନ୍ତି,ନରେନ୍ଦ୍ର କ୍ଷିତି, ଗୟାରମ୍ଭ ପୁଝାରୀ ଓ ଅରୁପl ନନ୍ଦ ନାଗ,ତାପସ ସାହୁ,ରାଜେଶ ଅଗ୍ରୱାଲ,ହିମାଂଶୁ ଶେଖର ନାଏକ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମତ ପ୍ରକାଶ କରିଥିଲେ ।
