ବିଜେଡି ପକ୍ଷରୁ ପ୍ରବାଦପୁରୁଷ ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଆଲୋଚନା ଚକ୍ର
ଭବାନୀପାଟଣା,:(କିଶନ ଶର୍ମା)-୦୫/୦୩-ଆଜି ଭବାନୀପାଟଣାସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ମହାନ ଜନନାୟକ ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ତଥା ସମୃଦ୍ଧ ଓଡ଼ିଶା ଗଠନରେ ବିଜୁ ବାବୁଙ୍କ ଅବଦାନ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ସଭା ପରିଚାଳନା କରିଥିବାବେଳେ ବରିଷ୍ଠ ଜିଲ୍ଲା ଉପସଭାପତି ଧର୍ମେନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ବିଜୁ ବାବୁଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ, ବନ୍ଦେ ଉତ୍କଳ ଜନନୀ ଗାନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ଆଲୋଚନାରେ ଅଂଶଗ୍ରହଣ କରି ବକ୍ତାମାନେ ବିଜୁ ବାବୁଙ୍କ ଜନକଲ୍ୟାଣକାରୀ ଯୋଜନା, ମହିଳାଙ୍କୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସୁଯୋଗ ଦେବା, ପାରାଦୀପ ବନ୍ଦର ନିର୍ମାଣ, ସୁନାବେଡ଼ା ମିଗ୍ ବିମାନ କାରଖାନା, ରାଉରକେଲା ଇସ୍ପାତ କାରଖାନା ସ୍ଥାପନ ଆଦି ରାଜ୍ୟ ବିକାଶରେ ବିଜୁ ବାବୁଙ୍କ ଅତୁଳନୀୟ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମରେ ବରିଷ୍ଠ ଜିଲ୍ଲା ଉପସଭାପତି ପ୍ରଦୀପ ମୁଣ୍ଡ, ଜିତେନ୍ଦ୍ର ନାରାୟଣ ସିଂହଦେଓ, ଟିକେଲାଲ ସାହୁ, ଗିରୀଶ ବେହେରା, ବରିଷ୍ଠ ନେତା ଭବାନୀ ଶଙ୍କର ମିଶ୍ର, ଜାକିର ହୁସେନ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ମୌଷଧି ବାଗ, ଜିଲ୍ଲା ମହିଳା ସଭାନେତ୍ରୀ ସବିତା ପ୍ରଧାନ, ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ, ଜିଲ୍ଲା ଯୁବ ସଭାପତି ଅବିନାଶ ଠାକୁର, ରାଜ୍ଯଯୁବ ଉପସଭାପତି ମଣ୍ଟୁ ନାଏକ, ମନୀନ୍ଦ୍ର ମହାନ୍ତି, ରାଜ୍ଯ ମହିଳା ଉପସଭାପତି ସଙ୍ଗୀତା ଖରସେଲ୍ , ଆଦିବାସୀ ନେତା ପରମାନନ୍ଦ ମାଝୀ, ଋତୁରାଜ ମାଝୀ, ସାମନ୍ତ ଖମାରି, ନଗର ସଭାପତି ଧବଳେଶ୍ଵର ମହାପାତ୍ର, ପ୍ରଦୀପ ପ୍ରଧାନ, ଦୀନେଶ ସାହୁ, ତ୍ରିଲୋଚନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟା ଟୁନି ଖୋସଲା, ପୁଷ୍ପଲତା ନାଏକ, ନମ୍ରତା ସାହୁ, ପରୀକ୍ଷିତ ନାଏକ, ବ୍ଲକ ସଭାପତି ଡାକେଶ୍ଵର ଲହଜଲ, ପ୍ରେମ ରଞ୍ଜନ ପାଣିଗ୍ରାହୀ, ଅଭିମନ୍ୟୁ ବାଗ, ସୁଶାନ୍ତ ବେହେରା, ବିଜୟ ମାଝୀ, ରମେଶ ଦାସ, ହୃଷିକେଶ ସାହୁ ସମେତ ଦୁଇ ଶହରୁ ଉର୍ଦ୍ଧ୍ଵ ବିଜୁପ୍ରେମୀ ବ୍ୟକ୍ତିବିଶେଷ ଓ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।
