ବ୍ଲକ କଂଗ୍ରେସ ପକ୍ଷରୁ ଗ୍ରାମ୍ୟ ଜଳଯୋଗାଣ ଅଫିସ ଘେରାଉ।
ରଘୁନାଥପୁର(ନି.ପ୍ର): ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକଙ୍କ ନେତୃତ୍ବରେ ପାଣି ପାଇପ ବିଛାଇବା ପାଇଁ ଖୋଳାଯାଇଥିବା ରାସ୍ତାର ମରାମତି ଓ ବସୁଧା ଯୋଜନାରେ ହୋଇଥିବା ଦୁର୍ନୀତିକୁ ନେଇ ରଘୁନାଥପୁର ସ୍ଥିତ ଗ୍ରାମ୍ଯ ଜଳଯୋଗାଣ ଓ ପରିମଳ ବିଭାଗ ଉପଖଣ୍ଡ କାର୍ଯ୍ଯାଳୟ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।କଂଗ୍ରେସ କର୍ମାମାନେ ସ୍ଥାନୀୟ ମଦନ ମୋହନ ମଠ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଜେପି ସରକାର ଏବଂ ଜଳ ଯୋଗାଣ ଓ ପରିମଳ ବିଭାଗ ବିରୁଦ୍ଧରେ ନାରାବାଜି ଦେଇ କାର୍ଯ୍ଯାଳୟ ନିକଟରେ ପହଞ୍ଚିଥିଲେ। ସେଠାରେ ବ୍ଲକ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡାଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା କରାଯାଇଥିଲା। ଜିଲ୍ଲା କଂଗ୍ରେସ କମିଟିର ସଭାପତି ଦେବପ୍ରସାଦ ନାୟକ ଉପସ୍ଥିତ ହୋଇ ସଂପୃକ୍ତ ବିଭାଗରେ ହୋଇଥିବା ଦୁର୍ନୀତି ଓ ବହୁବିଧ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବ୍ଲକର ୧୯ ଗୋଟି ଗ୍ରାମ ପଞ୍ଚାୟତ ରେ ପାଣି ପାଇପ ବିଛାଇବା ପାଇଁ ଯେଉଁ ରାସ୍ତା ସବୁ ଖୋଳାଯାଇଥିଲା ଦୀର୍ଘଦିନ ବିତିଯାଇଥିଲେ ବି ସମ୍ପୂର୍ଣ୍ଣ ମରାମତି କରାଯାଇ ପାରିନାହିଁ । ଅନେକ ପଞ୍ଚାୟତରେ ବସୁଧା ଯୋଜନାରେ ହୋଇଥିବା ପାଣି ଟାଙ୍କି ନିମ୍ନ ମାନର କରାଯାଇଥିବା ଓ ଏପର୍ଯ୍ଯନ୍ତ ସାଧାରଣ ଜନତା ଙ୍କ ଘରେ ପାଇପ ସଂଯୋଗ ହୋଇ ନାହିଁକି ପାଣି ପହଞ୍ଚି ପାରିଲା ନାହିଁ ବୋଲି ବକ୍ତାମାନେ ସଭାରେ କ୍ଷଭୋ ପ୍ରକାଶ କରିଥିଲେ। ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ନାୟକ ତୁରନ୍ତ ଏକ ନିରୀକ୍ଷଣ ଟିମ ଗଠନ କରି ଏହାର ସମାଧାନ କରିବାକୁ ଏସଡିଓ ରବୀନ୍ଦ୍ର କୁମାର ସେଠୀଙ୍କୁ ପରାମର୍ଶ ଦେଇଥିଲେ। ସେହିପରି କଂଗ୍ରେସ ନେତା ଇଂ ମଲ୍ଲିକ ଉପରୋକ୍ତ ସମସ୍ଯାର ତୁରନ୍ତ ସମାଧାନ କରାନଗଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଚେତାବନୀ ଦେଇଥିଲେ।ଯେଉଁଥି ସବୁ ସମସ୍ଯା ରହିଛି ସେ ସବୁ ଯାଗାରେ ତୁରନ୍ତ ସମାଧାନ କରାଯିବ ବୋଲି ଉପଖଣ୍ଡ ଅଧିକାରୀ ନିର୍ଭରଯୋଗ୍ଯ ପ୍ରତିଶୃତି ଦେଲା ପରେ କଂଗ୍ରେସ କର୍ମୀ ମାନେ ଧାରଣାରୁ ଓହରିଥିଲେ । ଏହି କାର୍ଯ୍ଯକ୍ରମରେ ଜିଲ୍ଲା କଂଗ୍ରେସ କମିଟି ମୁଖପାତ୍ର ସର୍ବେଶ୍ବର ପଣ୍ଡା, ସମ୍ପାଦକ ମାନସ ଗୋଚ୍ଛାୟତ, ସମ୍ପାଦକ ବସନ୍ତ ନାୟକ, କାର୍ଯ୍ଯକାରୀ ସଦସ୍ଯ କାଳନ୍ଦୀ ମହାନ୍ତି ,ଯୁବନେତା ରାଜା ରାଟସିଂ , ପ୍ରତ୍ଯୁଷ ନାୟକ , ସାଇ ପ୍ରଭଞ୍ଜନ ମହାପାତ୍ର, ନାରାୟଣ ନାୟକ , ବସନ୍ତ ଦାଶଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ।
