ସଂକୁଳ ସ୍ତର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଗୁରୁଜୀ ଓ ଗୁରୁମା ମାନଙ୍କ ଖୁଣ୍ଟେଶ୍ୱରୀ ମନ୍ଦିର ଠାରେ ବନ୍ଧୁ ମିଳନ।
—————————
ସୋରଡ଼ା -୦୧/୦୩(ରିପୋର୍ଟ -ପ୍ରଫୁଲ୍ଲ କୁମାର ମହାରଣା )
ଗଞ୍ଜାମ ଜିଲ୍ଲା ସୋରଡ଼ା ଜଳ ଭଣ୍ଡାର ନିକଟରେ ରେ ଥିବା ଖୁଣ୍ଟେଶ୍ୱରୀ ମନ୍ଦିର ଠାରେ ଭଞ୍ଜନଗର ସଂକୁଳ ଅନ୍ତର୍ଗତ ଏଗାର ଗୋଟି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଗୁରୁଜୀ ଓ ଗୁରୁମା ମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସଭା କକ୍ଷ ରେ ପ୍ରଧାନାଚାର୍ଯ୍ୟ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ସୁନୀଲ ରଥ, ମହେଶ୍ୱର ସାହୁ, ପ୍ରମୁଖ ଦ୍ୱାରା ପ୍ରଥମେ ଦ୍ବିପ ପ୍ରଜ୍ଜଳନ ହୋଇଥିଲା। ସମସ୍ତ ଗୁରୁଜୀ, ଗୁରୁମା ମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ ଶିବରାମ ପ୍ରଧାନ, ଉତ୍ତମ ମହାରଣା, ନାରାୟଣ ପତି, ଅଶୋକ ଜେନା ପରିଚାଳନା କରିଥିଲେ । ପୂର୍ଵତନ ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ବ୍ରହ୍ମାଜୀ ରାଓ ଅବଦୁଲ କାଲାମ ଙ୍କ ବିଷୟରେ ଆଲୋକ ପାତ କରିଥିଲେ ଏବଂ ଇରାଜୀ ଭାଷା କୁ ପରିତ୍ୟାଗ କରି ଆଞ୍ଚଳିକ ଭାଷା ଗ୍ରହଣ କରିବା ପାଇଁ ଗୁରୁତ୍ୱ ଦେଇଥିଲେ। ଫୁଲବାଣୀ ନିରୀକ୍ଷକ ପଦ୍ମଲାଭ ସାମଲ ମଧ୍ୟ ଉପସ୍ଥିତ ଥିଲେ।ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନୈସ ଭୋଜି ର ଆୟୋଜନ ହୋଇଥିଲା।ସୂଚନା ଯୋଗ୍ୟ ଯେ ସୋରଡ଼ା ଶିଶୁ ମନ୍ଦିର ସମ୍ପାଦକ ମହେଶ୍ୱର ସାହୁ, ଶିଶୁ ମନ୍ଦିର ଗୁରୁଜୀ, ଗୁରୁମା ମାନଙ୍କ ଶିଶୁ ମାନଙ୍କ ପ୍ରତି କର୍ତ୍ତବ୍ୟ ନିଷ୍ଠା, ଏବଂ ଶିଶୁ ଙ୍କ ଭବିଷ୍ୟତ ପାଇଁ ଉଚିତ ମାର୍ଗ ଦେଖାଇବା କଥା କହିଥିଲେ । ଯୁଗ୍ମ ସମ୍ପାଦକ ଗୁରୁ ପ୍ରସନ୍ନ ପଟ୍ଟନାୟକ, ସଭାପତି ରୋହିତ କୁମାର ବିଷୋୟୀ, ସୋରଡ଼ା ପ୍ରଧାନାଚାର୍ଯ୍ୟ ସୁନୀଲ କୁମାର ରଥ, ପୂର୍ବତନ ସମ୍ପାଦକ ଉପେନ୍ଦ୍ର ନାଥ ପାତ୍ର ପରିଚାଳନା କରିଥିଲେ।ବିଦ୍ୟାଳୟ ର ଗୁରୁଜୀ, ଗୁରୁମା, ଏବଂ ସମସ୍ତ କର୍ମଚାରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ର ସହ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ସମାପନ ହୋଇଥିଲା।
