*ସୁନାପୁର ରେ ହେବ ରାଜ୍ୟ ର ବଡ଼ ବନ୍ଦର* *(ବାହୁଦା ବନ୍ଦର)*
ଚିକିଟି,-ରାଜ୍ୟର ସବୁଠାରୁ ବଡ଼ ବନ୍ଦର ହେବ ଗଞ୍ଜାମ ଜିଲ୍ଲାର ସୁନାପୁରରେ ଥିବା ବାହୁଦା ମୁହାଣରେ । ଆଜି ସୁନାପୁରରେ ପହଞ୍ଚି ଭିତ୍ତିଭୂମି ପରଖିଥିଲେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ, ମନ୍ତ୍ରୀ, ସ୍ଥାନୀୟ ବିଧାୟକ ଓ ଜିଲ୍ଲାପାଳ । ୨୧ ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ହେବ ବାହୁଦା ମୁହାଣ ବନ୍ଦର । ୧୫୦ ଏମପିପି କାର୍ଗୋ ପରିବହନ କରିବାର କ୍ଷମତା ରଖିବ ଏହି ବନ୍ଦର । ବନ୍ଦର ପାଇଁ ୫ ହଜାର ଏକର ଲୁଣ ଜମି ପୋର୍ଟ ଓ ସିପିଂ ବିଭାଗକୁ ହସ୍ତାନ୍ତର ହୋଇଥିବା ବେଳେ ବଳକା ୧୭୪୧ ଏକର ଜମି ଆନ୍ଧ୍ର ଅଞ୍ଚଳରେ ଥିବା ବେଳେ ତାହାକୁ ଅଣାଯିବ । ପାରାଦୀପ ପୋର୍ଟ ଲିମିଟେଡ, ସାଗରମାଳା ଫାଇନାନ୍ସ କର୍ପୋରେସନ ଲିମିଟେଡ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଗତ ୧୯ ସେପ୍ଟେମ୍ବରରେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇସାରିଛି । ସେପଟେ ଏହି ବନ୍ଦର ହେଲେ ଶହ ଶହ ସ୍ଥାନୀୟ ଲୋକେ ରୋଜଗାର ପାଇପାରିବେ ବୋଲି ଆଶା ରଖିଛନ୍ତି ସ୍ଥାନୀୟ ବାସିନ୍ଦା
ଗଞ୍ଜାମ ଜିଲ୍ଲା ପାଇଁ ଖୁସୀ ଖବର । ଗୋପାଳପୁର ପରେ ବର୍ତ୍ତମାନ ସୁନାପୁରରେ ଥିବା ବାହୁଦା ନଦୀ ମୁହାଣରେ ହେବ ବନ୍ଦର । ଆଉ ଏହି ବନ୍ଦର ରାଜ୍ୟର ସବୁଠାରୁ ବଡ଼ ହେବ । ସୋନପୁରର ବାହୁଦା ମୁହାଣ ବନ୍ଦର ହେବା ପୂର୍ବରୁ ଆଜି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନବିଏସ ରାଜପୁତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସମାନ୍ତରା, ଜିଲ୍ଲାପାଳ ଭି.କୀର୍ତ୍ତି ଭାସନଙ୍କ ସହ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରିଥିଲେ । ରାଜ୍ୟରେ ରହିଥିବା ଧାମରା, ପାରାଦୀପ, ଗୋପାଳପୁର ବନ୍ଦର ଠାରୁ ବଡ଼ ବନ୍ଦର ହେବ ସୋନପୁର ବନ୍ଦର । ୨୨ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ଏହି ବନ୍ଦର ନିର୍ମାଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ବର୍ଷକୁ ୧୫୦ ମିଲିଅନ୍ ମେଟ୍ରିକ ଟନ୍ କାର୍ଗୋ ପରିବହନ କରିବାର କ୍ଷମତା ରହିବ। ୨୦୨୫ ମସିହା ସେପ୍ଟମ୍ବର ୧୯ ତାରିଖରେ ପାରାଦୀପ ପୋର୍ଟ ଲିମିଟେଡ଼, ସାଗରମାଳା ଫାଇନାନ୍ସ ଲିମିଟେଡ଼ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ତ୍ରିପାକ୍ଷୀକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଏହି ବନ୍ଦର ପାଇଁ ୫ ହଜାର ଏକର ଲୁଣ ଜମି ପୋର୍ଟ ଓ ସିପିଂ ବିଭାଗକୁ ହସ୍ତାନ୍ତର କରାଯାଇଥିବା ବେଳେ ବଳକା ୧୮୪୧ଏକର ଜମି ଆନ୍ଦ୍ର ଅଞ୍ଚଳରେ ଥିବାବେଳେ ତାହାକୁ ଅଣାଯାଇ ବନ୍ଦର ନିର୍ମାଣରେ ଲଗାଯିବ । ବନ୍ଦର ପାଇଁ ଆବଶ୍ୟକ ରହିଥିବା ଭିଜିବାଲଟି ରିପୋର୍ଟ ପାଇଁ ପ୍ରାଥମିକ ସର୍ଭେ ହୋଇସାରିଛି । ମତ୍ସ୍ୟଜୀବୀ ମାନଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖାଯାଇ ବନ୍ଦର ନିର୍ମାଣ ହେବ ଓ ଶହ ଶହ ଲୋକେ ନିଯୁକ୍ତି ପାଇପାରିବେ ଏହି ବନ୍ଦରରେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ସେପଟେ ଏହି ବନ୍ଦରକୁ ପିପିପି ମୋଡରେ କରାଯିବ । ସର୍ଭେ ସରିଥିବା ବେଳେ ସହ ଟେକ୍ନିକାଲ ରିପୋର୍ଟ ଆସିସାରିଛି । ଖୁବଶୀଘ୍ର ଡ଼ିପିଆର ପ୍ରସ୍ତୁତ କରାଯାଇ ବନ୍ଦର କାର୍ଯ୍ୟ ଆରମ୍ଭ ହେବ ବୋଲି କହଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗର ସଚିବ । ବାହୁଦା ନଦୀ ମୁହାଣରେ ବନ୍ଦର କରାଗଲେ କାର୍ଗୋ ପରିବହନ ପାଇଁ କୌଣସି ଅସୁବିଧା ହେବ ନାହିଁ । ଜଳ ପଥ ଯୋଗେ ଯେ କୌଣସି ସମୟରେ ମଧ୍ୟ ଜାହାଜ ଆସିବା ସହ ମାଲ ପରିବହନ ହୋଇପାରିବ । ଏହାଛଡ଼ା ବନ୍ଦର ନିକଟରେ ଜାତୀୟ ରାଜପଥ ସହ ରେଳପଥ ମଧ୍ୟ ରହିଛି । ଏହି ବନ୍ଦର ହେବା ପରେ ରାଜ୍ୟର ବିକାଶ ନକ୍ସା ଗଞ୍ଜାମ ଜିଲ୍ଲାର ବାହୁଦା ମୁହାଣ ବନ୍ଦର ଏନ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି କହିଛନ୍ତି ଜିଲ୍ଲାପାଳ । ବାହୁଦା ମୁହାଣ ବନ୍ଦର ହେବା ପରେ ସ୍ଥାନୀୟ ଅଞ୍ଚଳ ତଥା ଗଞ୍ଜାମ ଜିଲ୍ଲାର ବିକାଶ ହେବା ସହ ସ୍ଥାନୀୟ ଲୋକଙ୍କ ଜୀବନ ଧାରଣରେ ମଧ୍ୟ ପରିବର୍ତ୍ତନ ଆସିବ । ତେଣୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚିକିଟି ବିଧାୟକ । ସେପଟେ ବନ୍ଦରକୁ ନେଇ ଯେତେବେଳେ ନିଯୁକ୍ତି ସୁଯୋଗ ବାହାରିବ ସେହି ସମୟରେ ସ୍ଥାନୀୟ ଯୁବକ ମାନଙ୍କୁ ପ୍ରାଧାନ୍ୟ ଦେବାକୁ ଦାବି କରିଛନ୍ତି ସୋନପୁର ଅଞ୍ଚଳବାସିନ୍ଦା ।
