ରାଜୀବଗାନ୍ଧୀ ପଂଚାୟତ୍ତିରାଜ ସଂଗଠନ ପକ୍ଷରୁ “ମନରେଗା ବଞ୍ଚାଅ ଅଭିଯାନ “କାର୍ଯ୍ୟକ୍ରମ ଅନୁଷ୍ଠିତ l
ଭବାନୀପାଟଣା:(କିଶନ ଶର୍ମା)- ତା. 28.2.2026. ନି ପ୍ର
ମହାତ୍ମlଗାନ୍ଧୀ ନିଶ୍ଚିତ ଗ୍ରାମ୍ୟ କର୍ମନିଯୁକ୍ତି ଆଇନ କୁ ପରିବର୍ତନ କରି କେନ୍ଦ୍ର ବିଜେପି ସରକାର ବି.ଭି.ଜୀ.ରା.ମ.ଜୀ ନାମରେ ନାମିତ କରିଛନ୍ତି l
ଡ଼. ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ କଂଗ୍ରେସ ସରକାର ଲୋକଙ୍କୁ କlମର ଅଧିକାର ଦେବାପାଇଁ ଏହି ଆଇନ ଆଣିଥିଲା l ବର୍ଷକୁ 100 ଦିନର ରୋଜଗାର
ଦେଇ ବିସ୍ଥାପନ ଓ ଗରିବିକୁ ରୋକିବା ଥିଲା ମୁଖ୍ୟ ଉଦ୍ଧେଶ୍ୟ l ଏହି ଯୋଜନା ମାଧ୍ୟମ ରେ ନିଜ ଗାଁ ଓ ପଂଚାୟତରେ ଲୋକେ କାମ କରିପାରୁଥିଲେ l
ଯେଉଁକାମ ପାଇଁ ଲୋକେ ଦାବି କରୁଥିଲେ ତୁରନ୍ତ ଉକ୍ତ ସ୍ଥାନରେ କର୍ମ ନିଯୁକ୍ତି ସୃଷ୍ଟି ହେଉଥିଲା l l ଏହାଦ୍ୱାରା ଗ୍ରାମ ତଥା ପଂଚାୟତରେ ରାସ୍ତାଘାଟ, ପୋଖରୀ ନିର୍ମାଣ , ଜମି ମରାମତି, ବଗିଚା ସୃଷ୍ଟି, ଆଡ଼ି ବନ୍ଧ ନିର୍ମାଣ ଭଳି ବିଭିନ୍ନ ପ୍ରକାର
କାମ ହୋଇପାରୁଥିଲା l ଏହିସବୁ କାମକୁ ତ୍ୱରାନ୍ୱିତ କରିବା ପାଇଁ ଗାଁ ରେ ଗାଁସାଥି ଓ ପଞ୍ଚାୟତରେ ଗ୍ରାମରୋଜଗାର ସେବକ ନିୟୋଜିତ ଥିଲେ l କେନ୍ଦ୍ରସରକାର 100 ପ୍ରତିଶତ ଅର୍ଥ ପ୍ରଦାନ କରିବାର ବ୍ୟବସ୍ଥା ଥିଲା l ଏପରିକି ଶ୍ରମିକ ମାନଙ୍କୁ କାମ ଯୋଗାଇ ନ ପାରିଲେ ଭତ୍ତl ପ୍ରଦାନ ଏବଂ କlମର ପ୍ରାପ୍ୟ ଦେବା ବିଳମ୍ବ ହେଲେ କ୍ଷତିପୂରଣ ଦେବାର ବ୍ୟବସ୍ଥା ଥିଲା l ଏସବୁ ସତ୍ୱେ ଜିଲ୍ଲାରେବର୍ଷକରେ ପଚାଶ ଦିନ ଶ୍ରମଦିବସ ସୃଷ୍ଟି ହୋଇପାରୁଥିଲା l ଏହା କଂଗ୍ରେସ ସରକାର ର ବଡ ଉପଲବ୍ଧିଥିଲା l
ବର୍ତ୍ତମାନ କେନ୍ଦ୍ର ବିଜେପି ସରକାର କେବଳ ନାମ ପରିବର୍ତନ କରିନାହାନ୍ତି ଶ୍ରମିକ ମାନଙ୍କର କାମର ଅଧିକାରକୁ
କ୍ଷ୍ୟୁର୍ଣ୍ଣ କରିଛନ୍ତି l ଶ୍ରମିକ ମାନେ କାମପାଇଁ ଦାବିକରୁଥିଲେ ତହl କରିପାରିବେ ନାହିଁ l ଗାଁ ସାଥି ଓ ଗ୍ରାମରୋଜଗାର ସେବକ ମାନେ ଏହି କାମରେ ନିୟୋଜିତ ହେବେ ନାହିଁ l
କେନ୍ଦ୍ର ମାତ୍ର 60 ପ୍ରତିଶତ ଓ ରାଜ୍ୟ 40 ପ୍ରତିଶତ ଅର୍ଥ ପ୍ରଦାନକରିବ l ବର୍ଷକରେ ଚାଷ ସମୟରେ ତିନିମାସ କାମ ବନ୍ଦ ରହିବ l ଗ୍ରାମରେ କଣ କାମ ହେବ ତାହା ଉପରୁ ନ୍ୟସ୍ତ ହେବ l ଏହି ସବୁ କଟକଣା ଯୋଗୁଁ ଗ୍ରାମ ରେ ଶ୍ରମଦିବସ ସୃଷ୍ଟି ହେବା ବଦଳରେ ଲୋକେ ଦେଶାନ୍ତର ହେବାକୁ ବାଧ୍ୟ ହେବେ l ଏଣୁ ସାରାଦେଶରେ କଂଗ୍ରେସ ମନରେଗା ବଞ୍ଚାଅ ଅଭିଯାନ ଡାକରା ଦେଇଛି l
ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଙ୍କ ନିର୍ଧେଶ କ୍ରମେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ରାଜୀବଗାନ୍ଧିପଂଚାୟଟିରଜ ସଂଗଠନ ତରଫରୁ ମନରେଗା ବଞ୍ଚାଅ ଅଭିଯାନ କାର୍ଯ୍ୟକ୍ରମ ଜରିଆରେ ପଂଚାୟତ ସ୍ତରରେ ଶ୍ରମିକ ଓ ଜନସାଧାରଣଙ୍କୁ ମନରେଗାକୁ ପୁଣିଥରେ ପୂର୍ଣ୍ଣକ୍ଷ୍ୟମ କରିବାପାଇଁ ସଚେତନ କରାଯାଉଅଛି l
ଆଜି ସଂଗଠନ ର
କଳମପୁର ବ୍ଲକ ଆବାହକ ପଡୁକିଶୋର ନାଏକ ଙ୍କ ନେତୃତ୍ୱରେ ବୀଜମରା ଗ୍ରାମପଞ୍ଚାୟତର ଡ଼ୁମେରଗୁଡା ଗ୍ରାମରେ ଜନସାଧାରଣ ଙ୍କୁ ସଚେତନ କରା ଯାଇଥିଲା l
