*ଖରାଭୂଇଁ ଠାରେ କ୍ଲଷ୍ଟର ମାସିକ ସ୍ତରୀୟ ବୈଠକ ଅନୁଷ୍ଠିତ* *:* ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଯୋଗଦାନ
ହରଭଙ୍ଗା :-୨୮/୨ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ ଖରାଭୂଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂକୁଲଇ ଆଞ୍ଚଳିକ ସାଧନକର୍ମୀ ନରେନ୍ଦ୍ର କୁମାର ରଣା ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ମାସିକ ବୈଠକ ରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହରା, ଅନ୍ୟତମ ଅତିଥି ଭାବରେ ସହ ଗୋଷ୍ଠୀ ଅଧିକାରୀ ବିସିକେଶନ ବେହରା ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ ମାସିକ ବୈଠକ ରେ ଶ୍ରେଣୀ ପର୍ଯ୍ୟବେକ୍ଷକ ସାଧନ , ଶିକ୍ଷଣ ସୋପାନ ରେଜିଷ୍ଟର ,ଏଫ ଏଲ ଏନ, ନିପୁଣ ଓଡିଶା, ଯାଦୁପେଡି, ମୌଳିକ ଶିକ୍ଷଣ ସ୍ତର ସର୍ଭେ ଏବଂ ଆଗାମୀ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ର ବାର୍ଷିକ ପରୀକ୍ଷା ସମ୍ପର୍କ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହରା ପରାମର୍ଶ ଦେଇଥିଲେ.। ଏଥିରେ ସଂକୁଲୋଇ କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟ ରୁ ୨୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।
