ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ -୨୦୨୬ ପାଳିତ
——————-
ଯାଜପୁର,୨୮/୦୨/୨୦୨୬(ଭଞ୍ଜଦୂତ: ସରୋଜ କୁମାର ଧଳ:ନିପ୍ର)
ଯାଜପୁର ବ୍ଲକସ୍ଥିତ ସରକାରୀ ପ୍ରୋଜେକ୍ଟ ଉଚ୍ଚ ବିଦ୍ୟାଳୟ, ବଖାଣପୁର ପରିସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଯାଜପୁର ତରଫରୁ ଜିଲ୍ଲା ସ୍ତରୀୟ “ଜାତୀୟ ବିଜ୍ଞାନ ଦିବସ -୨୦୨୬” ପାଳନ କରାଯାଇଛି l ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଛାତ୍ରଛାତ୍ରୀମାନେ ସେମାନଙ୍କ ସହଯୋଗୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ଏଠାରେ ଅନୁଷ୍ଠିତ ହୋଇଥିବା ସେମିନାର ପ୍ରୋଗ୍ରାମରେ ଅଂଶଗ୍ରହଣ କରିଥିଲେ l “ବିଜ୍ଞାନରେ ମହିଳାମାନେ : ବିକଶିତ ଭାରତର ପ୍ରେରିତ ଶକ୍ତି ” ପ୍ରସଙ୍ଗ ଉପରେ ଛାତ୍ର ଛାତ୍ରୀମାନେ ନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ l ଯାଜପୁର ଜ଼ିଲ୍ଲା ଶିକ୍ଷା କାର୍ଯ୍ୟାଳୟର ବିଜ୍ଞାନ ନିରୀକ୍ଷକ କୁମାରସେନ ସେନାପତିଙ୍କ ସଂଯୋଜନା ଓ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ମାତାଙ୍ଗିନୀ ସ୍ୱାଇଁଙ୍କ ସଭାପତିତ୍ୱରେ ଏକ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା l ମୁଖ୍ୟଅତିଥି ରୂପେ କ୍ରlନିୟମ ବିଜ୍ଞାନ କଲେଜର ଅଧକ୍ଷ ପ୍ରଭୃପ୍ରସାଦ ସାହୁ ଓ ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜୟନ୍ତ ସାମଲ ଯୋଗଦାନ କରି ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ବିଜ୍ଞାନ ଦିବସର ମହତ୍ତ୍ୱ ବିଷୟରେ ମତବ୍ୟକ୍ତ କରିଥିଲେ l ଉକ୍ତ ସେମିନାରରେ କୋରେଇ ବ୍ଲକ ଅନ୍ତର୍ଗତ ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୁମେୟା କୌଶର ପ୍ରଥମ, ଏନ ସି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଲଷ୍ମୀପ୍ରିୟା ପଣ୍ଡା ଦ୍ୱତୀୟ ଓ ତୃତୀୟ ସ୍ଥାନରେ ଯୁଗ୍ମ ବିଜେତା ରୂପେ ଓ ଏ ଭି, ଜାମଧରର ଛାତ୍ର ଆୟୁଷ୍ମାନ ରାଉତ ଓ ଏ ଭି, ରସୁଲପୁରର ଛାତ୍ରୀ ବି ଜେ ସମ୍ପୂର୍ଣ୍ଣl ସ୍ଥିରୀକୃତ ହୋଇଛନ୍ତି l ସେମାନଙ୍କୁ ଟ୍ରଫି ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଗଲା lଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନା କରିବାରେ ବ୍ଲକ ସାଇନସି କୋରଡିନେଟର ଜିତେନ୍ଦ୍ର କୁମାର ସାହୁ, ଦର୍ମଶାଳାର ବିଜ୍ଞାନ ଶିକ୍ଷକ ଗଣେଶ୍ୱର ବେହେରା କାର୍ଯ୍ୟକ୍ରମରେ ସମ୍ପୂର୍ଣ ସହଯୋଗ କରିଥିଲେ l ଉକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଯଥା ବିଭୂସ୍ମିତା ସାହୁ, ଇପ୍ସିତା ସାହୁ, ଚିନ୍ମୟ ରଥଙ୍କ ସହ କର୍ମଚାରୀମାନେ ସହଯୋଗ କରିଥିଲେ l
