** ପି ଏମ ଶ୍ରୀ ଜର୍ଜ ଉଚ୍ଚ ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ସାର୍କିଲ ପ୍ରଦର୍ଶନୀ
ବରଗଡ଼ : ୨୭.୦୨(ନି, ପ୍ର) ବରଗଡ଼ ର ସର୍ବ ପୁରାତନ ବିଦ୍ୟାଳୟ ପି. ଏମ. ଶ୍ରୀ ଜର୍ଜ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ବତୀ ଦାଶ ଙ୍କ ଅଧ୍ୟକ୍ଷତାରେ ଗଣିତ ଓ ବିଜ୍ଞାନ ସାର୍କିଲ ପ୍ରଦର୍ଶନୀ ମହା ସମାରୋହରେ ପାଳିତ ସୋଇଯାଇଅଛି ।
ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଟାଉନ ହାଇସ୍କୁଲ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମନମୋହନ ତ୍ରିପାଠୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ର ପୁରାତନ ଛାତ୍ର ସଂସଦ ର ସଂପାଦକ ଶ୍ରୀ ନବକିଶୋର ପାଣିଗ୍ରାହୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀ କବିସୂର୍ଯ୍ୟ ସାହୁ ଯୋଗଦାନ କରିଥିଲେ । ଏଥିରେ ପ୍ରାୟ ଷାଠିଏ ଗୋଟି ବିଜ୍ଞାନ ଏବଂ ଗଣିତ ପ୍ରକଳ୍ପ ସ୍ଥାନିତ ହୋଇଥିଲା । ଉକ୍ତ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କରିବା ପାଇଁ ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୨୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ମଞ୍ଚାସୀନ ଅତିଥି ମାନଙ୍କର ବକ୍ତବ୍ୟ ପ୍ରଦାନ ପରେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତା ପାଇଁ ଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ର ପରିଚାଳନା ଏବଂ ସଂଯୋଜନା କରିଥିଲେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ କୁମାର ଦାଶ । ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ମମତା ବିଶି ଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ କୁ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ମମତା ବିଶି ଉକ୍ତ ପ୍ରଦର୍ଶନୀ ଉପରେ ଏକ ସଂଦର୍ଭ ପାଠ କରି ଧନ୍ୟବାଦ ଅର୍ପଣ କରିଥିଲେ ।
