*ବାବା ରସିକାନନ୍ଦ ତ୍ରେୟୋଦଶ ବାର୍ଷିକ ଉତ୍ସବ*
ବସ୍ତା:- (ନି.ପ୍ର)
ବସ୍ତା ବ୍ଳକ ମଥାନୀ ପଞ୍ଚାୟତ ବଡା ଗ୍ରାମରେ ଥିବା ବାବା ରସିକାନନ୍ଦ ଦେବ ଙ୍କର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି। ୭ ଦିନ ଧରି ନାମ ସଂକିର୍ତ୍ତନ ପ୍ରତ୍ଯେକ ଦିନ ପ୍ରବଚନ କାର୍ଯ୍ଯକ୍ରମ ଚାଲୁ ରହିଥିବା ବେଳେ ରବିବାର ବାବା ଶ୍ରୀଶ୍ରୀ କୃଷ୍ଣ କେଶବା ନନ୍ଦ ଦେବ ଗୋଶ୍ବାମୀ ଉପସ୍ଥିତ ରହି ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଭଗବତ ଗୀତାର ତତ୍ବବାଣୀ ଶୁଣାଉଥିଲେ। ଶାନ୍ତି କମିଟିର ସଭାପତି ପୁରୁଷୋତ୍ତମ ଦାସଙ୍କ ତତ୍ବାବଧାନରେ ପୂଜାକାର୍ଯ୍ଯ ସମ୍ପାଦନ ହୋଇଥିଲା ଶିବାନନ୍ଦ ଦାସ, ଦେବାନନ୍ଦ ଦାସ, ସତ୍ଯନାରାୟଣ ଦାସ, ହୃଦାନନ୍ଦ ଦାସ, ବିକ୍ରମ ଦାସ, ପ୍ରେମାନନ୍ଦ ଦାସ, ନିତ୍ୟାନନ୍ଦ ଦାସ ପରିଚାଳନା କରିଥିଲେ। ବରିଷ୍ଠ ସମାଜସେବୀ ଶ୍ଯାମାପ୍ରସାଦ ବେହେରା, ସୂର୍ଯ୍ଯନାରାୟଣ ସାହୁ, ମଥାନୀ ସରପଞ୍ଚ ମମତା ସିଟ, ସାମ୍ବାଦିକ ବିଜୟ କୁମାର ଭୂୟାଁ, ଦିବାକର ରାଉତ, ନିହାର ରଞନ ବେହେରା, ଶଙ୍କର କୁମାର ଜେନା, ଉମାକାନ୍ତ ବେଜ, ରାଜନ ପରିଡା, ଅଜୟ ଧଳ ସମେତ ବହୁ ମାନ୍ଯଗନ୍ଯ ବ୍ଯକ୍ତି ଉପସ୍ଥିତ ରହିବା ସହିତ ୨ ହଜାରରୁ ଉଦ୍ଧ ଭକ୍ତ ଓ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ।
ବାଲେଶ୍ବର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
