ଆଦିବାସୀ ସାହିରେ ନାବାଳିକା କୁ ଦୁଷ୍କର୍ମ l
ରଘୁନାଥପୁର(ନି ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ପୂରଣ (ବାଙ୍କଳ) ଗ୍ରାମର ଏକ ଆାଦିବାସୀ ସାହିରେ ଅତ୍ୟନ୍ତ ଦୁଖଦାୟକ ଘଟଣା ଦେଖିବାକୁ ମିଳିଛି। ଏହି ପୁରଣ ଗ୍ରାମର ଗୁନା ପଲେଇ(ଜାତିରେ ଗୋପାଳ)ଙ୍କ ପୁଅ ମଢିଆ ପଲେଇ(୬୧ବର୍ଷ) ଆାଦିବାସୀ ସାହି ରେ ଉପରବେଳା ହଠାତ ପଶି ଜଣେ ନାବାଳିକା ଙ୍କୁ ଦୁଷ୍କର୍ମ କରିଥିଲା ବୋଲି ପୀଡିତା ର ବାପା ଓ ମା ରଘୁନାଥପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ପୀଡିତା ର ଘରେ ବାପ, ମା ମଜୁରିଆ ଭାବେ ଅନ୍ୟତ୍ର କାମକୁ ଯାଇଥିବାରୁ ତାର ସୁଯୋଗ ନେଇ ଆସାମୀ ଶ୍ରୀ ପଲେଇ ଏଭଳି ବର୍ବରତା କାଣ୍ଡ ଘଟାଇ ବାରେ ସକ୍ଷମ ହୋଇଥିଲା। ଗ୍ରାମ ବାସୀଙ୍କ ପକ୍ଷରୁ ଜାଣିବାକୁ ମିଳିଥିଲା ଯେ ଅଭିଯୁକ୍ତ ବ୍ୟକ୍ତି ଜଣକ ଗଡମା ସ୍ଥିତ ଅରଣା ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟକରି ଅବସର ନେଇଥିବା ବେଳେ ଏଭଳି ନାବାଳିକାକୁ ଦୁଷ୍କର୍ମ କରିବା ଦ୍ୱାରା ପସ୍କୋ ମାମଲରେ ଛନ୍ଦି ହୋଇ ସଜା ବରଣ କରିପାରନ୍ତି । ଏ ସମ୍ପର୍କରେ ରଘୁନାଥପୁର ଥାନା ପୁଲିସ ମାମଲା ରୁଜୁ କରିଦେଇ ଚୁପ୍ ହୋଇ ବସିବା ଦ୍ଵାରା ପରିବାର ଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ଯଦି ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ସମସ୍ତ ଆାଦିବାସୀ ଜିଲ୍ଲା ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।
