ଭକ୍ତି ରେ ଭକ୍ତ ଙ୍କ ବିଶ୍ୱାସ ନାଁ ଅନ୍ଧବିଶ୍ୱାସ
ଭୁବନେଶ୍ୱର – ମନ୍ଦିର ଭିତରେ ଥିବା ପଥର ପ୍ରତିମୂର୍ତ୍ତି କୁ ପୂଜା କରୁଥିବା ବେଳେ ବାହାରେ ବୁଲୁଥିବା ଜିଅନ୍ତା ଵୃଷବ କୁ ଗରମ ପାଣି ପକା ହେଉଛି ଏହା ଆମର ବିଶ୍ୱାସ ନାଁ ଅନ୍ଧବିଶ୍ୱାସ
ମହା ଶିବରାତ୍ରି ଆସିଲେ ମନକୁ ପ୍ରଥମେ ପ୍ରଶ୍ନ ଆସେ କି ମହାଦେବ ଙ୍କୁ କେମିତି ଆମେ ପ୍ରସନ୍ନ କରିବା
କିଏ କ୍ଷୀର ଢାଳି ଅଭିଷେକ କରନ୍ତି ତ ଆଉ କିଏ ପାଣି ଢାଳି
ଏମିତି ରେ ଭକ୍ତ ଙ୍କୁ ମନ ଭିତରୁ ଶାନ୍ତି ମିଳେ ହେଲେ ଭଗବାନ କଣ ସନ୍ତୁଷ୍ଟ ହେଇଥାନ୍ତି ..ଯଦି କର୍ମ ଠିକ ନ ଥିବ ତାହେଲେ ଯେତେ ଅଭିଷେକ କଲେ କଣ ମିଳିବ
ମହା ଶିବରାତ୍ରି ଦିନ ଓମ୍ ସତ୍ୟମ୍ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ, ଗୋଶାଳା ରେ ରହୁଥିବା ଗାଈ ଗୋରୁ ଙ୍କ ସହିତ ବୁଲା ଷଣ୍ଢ ମାନଙ୍କୁ,ଫଳ ଦିଆଯାଇଥିଲା,ଏଥିରେ ଉପସ୍ଥିତ ଥିଲେ ଅଧ୍ୟକ୍ଷା କନକ ଲତା ମହାନ୍ତି, ତରୁଣ କୁମାର ବଲି, ଗୀତାଞ୍ଜଳି ମହାନ୍ତି, ସତ୍ୟଜିତ ମହାନ୍ତି,ହିମାଂଶୁ ମହାନ୍ତି ଅନ୍ୟାନ୍ୟ କାର୍ଯ୍ୟକର୍ତା ,କେବଳ ଏତିକି ନୁହଁ ଏହି ସଂଗଠନ ପ୍ରତ୍ୟେକ ଶନିବାର ଦିନ ଭୁବନେଶ୍ବର ସ୍ଥିତ ବିଭିନ୍ନ ସ୍ଥାନରେ ଯେମିତି ରେଲୱେ ଷ୍ଟେସନ, ମେଡିକାଲ ବସଷ୍ଟାଣ୍ଡ ରେ ଅଭାବ ରହୁଥିବା ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ଏହା ସହିତ ଏହି ସଂଗଠନ ର କାର୍ଯ୍ୟକର୍ତା ମାନେ ଗାଁ ଭିତରେ ପିଲା ମାନଙ୍କୁ ମାଗଣା ଶିକ୍ଷା ସହିତ ଶିକ୍ଷା ସାମଗ୍ରୀ ଯୋଗାଇ ଦିଅନ୍ତି
