କଙ୍କିଳି ଗ୍ରାମର ଅଗ୍ନି ବିପନ୍ନ ପରିବାରକୁ ଏକ୍ସ ଆର୍ମି ସଂଘ ପକ୍ଷରୁ ସହାୟତା।
ପରଜଙ୍ଗ : (ଭଞ୍ଜଦୂତ ଖବର ସତ୍ୟବାଦୀ ସେଠୀ) ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କିଳି ଗ୍ରାମ ଦଳିତ ସାହିରେ ବୁଧବାର ବିଳମ୍ବିତ ରାତିରେ ଘର ପୋଡ଼ି ଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ସାହିର ଟିକିଲି ପାତ୍ର ସ୍ୱାମୀ ପ୍ରତାପ ପାତ୍ର ଙ୍କ ଏକ ମାସ ତଳେ ଦେହାନ୍ତ ହୋଇଥିବା ବେଳେ ଟିକିଲି ଅସହାୟ ବିଧବା ମହିଳା ନିଜ ସନ୍ତାନ ସନ୍ତତିଙ୍କୁ ନେଇ ଶୋଇଥିବା ବେଳେ ବିଦ୍ୟୁତୁ ସର୍ଟ କ୍ରିଟି କାରଣରୁ ଘରେ ଅଗ୍ନି ସଂଯୋଗ ହୋଇଥିଲା । ଫଳରେ ଘରର ସମସ୍ତ ଆବାସ ପତ୍ର ସମ୍ପୂର୍ଣ ଜଳି ପୁଡ଼ି ପାଉଁଶ ହୋଇ ଯାଇଥିଲା । ଭଞ୍ଜଦୂତ ଖବର ର ପ୍ରଶାରଣ ପରେ ଖବର ପାଇ ଶନିବାର ଅପରାହ୍ନ ସମୟରେ ଗଡ଼ପଳାଶୁଣି ଠାରୁ ଆରମ୍ଭ କରି ପରଜଙ୍ଗ ବ୍ଲକରେ ଗଢ଼ି ଉଠିଥିବା ଅବସର ପ୍ରାପ୍ତ ସୈନିକ ସଂଘର ସଭାପତି କୃପାସିନ୍ଧୁ ଖୁଣ୍ଟିଆ, ଉପସଭାପତି ତଥା ସମାଜସେବୀ ନିତ୍ୟାନନ୍ଦ ପଣ୍ଡା , ସମ୍ପାଦକ ଦୁଷ୍ମନ୍ତ କୁମାର ଦଳବେହେରା, ସହ ସମ୍ପାଦକ ବସନ୍ତ କୁମାର ସେଠ,ପରଜଙ୍ଗ ବ୍ଲକର ବରିଷ୍ଠ ସାମ୍ବାଦିକ ନିର୍ମଳ ଗଡ଼ନାୟକ ଭଞ୍ଜଦୂତ ଖବର କାଗଜର ସତ୍ୟବାଦୀ ସେଠୀ, ପ୍ରମୁଖ ଅଗ୍ନି ବିପନ୍ନ ପରିବାରରେ ପହଞ୍ଚି ଶୁଖିଲା ଖାଦ୍ୟ, ଲୁଗା , ପନିପରିବା , ବିପନ୍ନ ପରିବାର ପିଲାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ସାହିରେ ରହିଥିବା ଛୋଟ ପିଲାଙ୍କୁ ବିସ୍କୁଟ ବଣ୍ଟନ କରିଥିଲେ । ତୁରନ୍ତ ଏହି ଅସହାୟ ପରିବାରକୁ ବିଧବା ଭତ୍ତା , ସହ ସ୍ୱାମୀ ଙ୍କ ଦେହାନ୍ତ ହୋଇ ଥିବାରୁ ହରିଚନ୍ଦ୍ର ଯୋଜନା ଆବାସ ଘର ଯୋଗାଇ ଦେବାକୁ ଗ୍ରାମ ବାସି ଓ ଏକ୍ସ ଆର୍ମି ସଂଘ ପକ୍ଷରୁ ପ୍ରଶାସନଙ୍କୁ ଦାବି ଜଣାଇଛନ୍ତି ।
