ଅପରେସନ ସାଇବର କବଚ ଅଭିଯାନରେ ବରଗଡ ପୋଲିସକୁ ବଡ଼ ସଫଳତା ବରଗଡ଼ :(ନି, ପ୍ର) ଅପରେସନ ସାଇବର କବଚ ଅଭିଯାନରେ ବରଗଡ଼ ପୋଲିସକୁ ବଡ଼ ସଫଳତା, ମନି ଲଣ୍ଡ୍ରିଙ୍ଗକୁ ସହଜ କରିବା ପାଇଁ ନିରୀହ
ବ୍ୟାଙ୍କ ହିତାଧିକାରୀଙ୍କ ଆକାଉଣ୍ଟକୁ ଅପବ୍ୟବହାର କରି ୧୦ କୋଟି ଟଙ୍କା ସାଇବର ଠକେଇ କରିଥିବା ଅଭିଯୋଗରେ ପୋଲିସ ସୋହେଲା ଥାନା ବିସିପାଲି ଗାଁର ମନୋଜ କୁମାର କୁଶଲଙ୍କୁ ଗିରଫ କରିଛି, ପୋଲିସ ଖୋଲ ତାଡ଼ ପରେ ଅଭିଯୁକ୍ତ ପାଖରୁ ୫୭ ଟି ପାସବୁକ, ୧୯ ଟି ଚେକ ବୁକ, ୮୧ ଟି ଏଟିଏମ କାର୍ଡ ୨୬ ଟି ମୋବାଇଲ ସିମ, ଏକ ସ୍କୁଟି, ୨ ମୋବାଇଲ, ୬୭୦୦ ଟଙ୍କା ଜବତ କରିଛି, ଅଭିଯୁକ୍ତ ୧୦ କୋଟି ଟଙ୍କା ସାଇବର ଠକେଇ କରିଥିବା ବରଗଡ଼ ଏସପି ପ୍ରହଲ୍ଲାଦ ମୀନା କହିଛନ୍ତି, ଏସପି ସୂଚନା ଦେଇ କହିଛନ୍ତି ଯେ, ଫେବୃଆରୀ ୧୩ରୁ ୨୭ ତାରିଖ ପର୍ଯ୍ୟନ୍ତ ପୋଲିସ ଡିଜିଙ୍କ ନିର୍ଦ୍ଦେଶରେ ଅପରେସନ ସାଇବର କବଚ ଅଭିଯାନ କରାଯାଉଛି, ଏହି କ୍ରମେ ବରଗଡ଼ ଜିଲ୍ଲାର ଏକ ହଜାର ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରାଯାଇଥିଲା, ଯାଞ୍ଚ ପରେ ଟାଉନ ପୋଲିସ ବାନ୍ଦୁ ଟିକ୍ରା ବାସିନ୍ଦା ସୋମ୍ୟ ରଞ୍ଜନ ଦୀପଙ୍କ
ବ୍ୟାଙ୍କ ଆକାଉଣ୍ଟକୁ ଅଭିଯୁକ୍ତ ମନୋଜ କୁଶଲ ବେଆଇନ ଭାବେ ଟଙ୍କା କାରବାର ପରିଚାଳନା କରୁଥିଲା ଓ ପରଵର୍ତ୍ତୀ ସମୟରେ ସାଇବର ଠକେଇ ପାଇଁ ଅପବ୍ୟବହାର କରୁଥୁଲା, ଏପରିକି ନିରୀହ ଲୋକଙ୍କୁ ଏକ ହଜାର ରୁ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରଲୋଭନ ଦେଇ ସେମାନଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ସେହି ଆକାଉଣ୍ଟକୁ ସାଇବର ଠକେଇରେ ବ୍ୟବହାର କରୁଥିଲା, ଏପରି ଆକାଉଣ୍ଟ ଖୋଲିବା ପରେ, ସେ ପାସବୁକ୍ ନିଜ ହେପାଜତକୁ ନେଇଥିଲେ ଏବଂ ଏହି ଆକାଉଣ୍ଟଗୁଡ଼ିକ ମାଧ୍ୟମରେ ଠକେଇ ଦ୍ୱାରା ପ୍ରାପ୍ତ ଟଙ୍କା ସ୍ଥାନାନ୍ତର କରୁଥିଲେ। ଅଭିଯୁକ୍ତ ମନୋଜ କୁମାର କୁଶଲଙ୍କ ଘରେ ଚଢାଉ ଏବଂ ପଚରାଉଚରା ଚାଲିଥିବା ସମୟରେ ସେ ତାଙ୍କ ଗାଡ଼ି ନେଇ ପଳାଇବାକୁ ଚେଷ୍ଟା କରିଥିଲେ। ତଥାପି ତାଙ୍କୁ ଅଟକ ରଖାଯାଇଥିଲା ଏବଂ ପଚରାଉଚରା ସମୟରେ ସେ ସାଇବର ଠକେଇର ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ତାଙ୍କର ସମ୍ପୃକ୍ତି ସ୍ୱୀକାର କରିଥିଲେ, ସେହିପରି ଝାରବନ୍ଧ ଥାନାରେ ସାଇବର କବଚ ଅଭିଯାନରେ ଅନ୍ୟ ଦୁଇ ଜଣ ଯୁବକଙ୍କୁ ଗିରଫ କରାଯାଇଛି ବୋଲି ଏସପି କହିଛନ୍ତି, ।
