ବାଲିଗୁଡ଼ା ଶିକ୍ଷାନିକେତନ ବିଦ୍ୟାଳୟର ୨୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି ।
ବାଲିଗୁଡ଼ା (ନି,ପ୍ର) ଗିରିଧାରୀ ମହାରଣା ବାଲିଗୁଡା ସ୍ଥିତ ବହୁ ପୁରାତନ ବିଦ୍ୟାଳୟ ଶିକ୍ଷା ନିକେତନ ତାର ୨୨ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ୧୮,୦୨,୨୬ ରିଖ ବୁଧୁବାର ଦିନ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଏସ, ଡି,ପିଓ ଶ୍ରୀଯୁକ୍ତ ଶୁଭମ୍ ଭୋସଲେ, ସମ୍ମାନିତ ଅତିଥି କନ୍ଧମାଳ ଜିଲ୍ଲା ସଭାପତି ଭାରତୀୟ ଜନତା ପାର୍ଟିର ବିଶି ମଝି , ବିଦ୍ୟାଳୟର ସମ୍ପାଦକ ଶ୍ରୀମତୀ ରେଖାରାଣୀ ମହାପାତ୍ର ,ସଭାପତି ଶ୍ରୀଯୁକ୍ତ ରାଜ୍ କିଶୋର ପଢ଼ି ,ବିଦ୍ୟାଳୟର ଉପଦେଷ୍ଟା ମଣ୍ଡଳୀ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷତ୍ରୀ ଉପସ୍ଥିତ ଥିଲେ । ଏହି କାର୍ଯକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ବହୁତ ଉଚ୍ଚ କୋଟିର ଥିଲା ଓ ସମାଜକୁ ନୃତ୍ୟ ମାଧ୍ୟମରେ ବାର୍ତ୍ତା ଦେଇଥିଲେ ତା ସହ କୃତୀ ଛାତ୍ର ଛାତ୍ରମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ରଙ୍ଗ ରଙ୍ଗ କାର୍ଯକ୍ରମ ରେ ବହୁ ସଂଖ୍ୟା ରେ ଅଭିଭାବକ ଓ ବାଲିଗୁଡା ବସିଓ ଯୋଗ ଦେଇଥିଲେ । ସବୁଠୁ ଭଲ କଥାଟି ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ରାଜ୍ କିଶୋର ପଢ଼ି ସମସ୍ତଙ୍କ ପାଇଁ ଭୋଜନ ବେବସ୍ତା କରିଥିଲେ ।ଶେଷରେ ବନ୍ଦେ ମାତରଂ ସଙ୍ଗୀତ ରେ ଛାତ୍ର ଛାତ୍ର ନୃତ୍ୟ କରି ଲୋକଙ୍କ ମନ କିଣି ନେଇଥିଲେ।
