
ଓଡ଼ିଶା ବିଗ୍ରେଡ୍ ସ୍କୁଲରେ ବାର୍ଷିକ ମହୋତ୍ସବ ପାଳନ
———————————–
ତା/୧୮/୦୨/୨୬(ନି.ପ୍ର): ସାରସକଣା(ଅନିଲ କୁମାର ସାହୁ): ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ (ବମ୍ଵେଛକ)ନିକଟସ୍ଥ ଓଡ଼ିଶା ବିଗ୍ରେଡ୍ ସ୍କୁଲରେ ଆଜି ସ୍କୁଲର ବାର୍ଷିକ ମହୋତ୍ସବ-୨୦୨୬ ପାଳନ କରାଯାଇଛି। ସ୍କୁଲରେ ପିଲା ମାନଙ୍କର ପାଠ ପଢ଼ା ସହିତ ନାଚଗୀତ,ଖେଳକୁଦର ଟୁର୍ଣ୍ଣାମେଣ୍ଟ, ବିଜ୍ଞାନ ମେଳା, ବିଭିନ୍ନପ୍ରକାର ଇଭେଣ୍ଟ, ପିଲାମାନଙ୍କର ନିୟମିତ ଜ୍ଞାନ ଆହରଣ ପରୀକ୍ଷା ସହିତ ଆଧ୍ୟାତ୍ମିକ ଜ୍ଞାନ ମଧ୍ୟ ଶିଖା ଯାଇଥାଏ| ଅଭିଭାବକ ମହଲରେ ତାଙ୍କ ପିଲାମାନେ ଏହି ସ୍କୁଲରେ ବହୁ ପ୍ରକାର ଜ୍ଞାନ ପାଉଥିବାରୁ ସ୍କୁଲର ଲୋକପ୍ରିୟତା ଏହି ଅଞ୍ଚଳରେ ବେଶ୍ ବୃଦ୍ଧି ପାଉଛି । ପ୍ରତିବର୍ଷ ସ୍କୁଲର ବାର୍ଷିକ ମହୋତ୍ସବ ପାଳନ କରାଯାଇଥାଏ।ଆଜି ମଧ୍ୟ ସ୍କୁଲରେ ବାର୍ଷିକ ମହୋତ୍ସବ ବେଶ୍ ଆକର୍ଷଣୀୟ ଭାବରେ ପାଳନ କରାଯାଉଛି। ଆରମ୍ଭ ର ମହୋତ୍ସବରେ ସ୍କୁଲର ଶିକ୍ଷକ ରଜତ କୁମାର ବସା ଓ ଶିକ୍ଷୟିତ୍ରୀ ମାଧୁରୀ ରାଜ ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ଶିକ୍ଷୟିତ୍ରୀ ତୃପ୍ତୀ ମ୍ୟାଡ଼ାମ ମଞ୍ଚରେ ଠିଆ ହୋଇ ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କର ପରିଚୟ ଦେବା ସହ ମହୋତ୍ସବ କାର୍ଯ୍ୟକ୍ରମ ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସ୍କୁଲର ଅଧ୍ୟକ୍ଷା ମିତାଞ୍ଜଳୀ ସାସ୍କଲ ମଧ୍ୟ ଅତିଥି ମାନଙ୍କ ନିମନ୍ତେ ଅଭିଭାଷଣ ପ୍ରଦାନ କରିଥିଲେ। ନିମନ୍ତ୍ରିତ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରି ମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରଥମରୁ ଶିକ୍ଷୟତ୍ରୀ ପ୍ରକୃତି ମିଶ୍ର ସ୍କୁଲର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ସ୍କୁଲର ଟ୍ରଷ୍ଟୀ ହୃଷିକେଶ ଜେନା କାର୍ଯ୍ୟକ୍ରମ ସମୀକ୍ଷା ପ୍ରଦାନ ସହ ତାଙ୍କ ଅଭିଭାଷଣ ରଖିଥିଲେ । ସ୍କୁଲର ମୁଖ୍ୟ ଅତିଥି ଭାବେ ଡ.ଆଦର୍ଶ ଏନ.ପଢ଼ିଆର ତଥା କର୍ଣ୍ଣାଟକ ରାଜ୍ୟର ଆଧ୍ୟାତ୍ମିକ ସଂଯୋଜକ,(ସତ୍ୟସାଇ ସଂଗଠନ ସେବା ସଦନ, କର୍ଣ୍ଣାଟକ) ଓ ସମ୍ମାନୀତ ଅତିଥି ଭାବେ ଶ୍ରୀମତୀ କଳ୍ପନା ମହାନ୍ତି ଏହି ମହୋତ୍ସବ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ତା ପରେ ଶିକ୍ଷକ ବସନ୍ତ କୁମାର ସେଠୀ କାର୍ଯ୍ୟକ୍ରମର ଅଭିଭାଷଣ ବ୍ୟକ୍ତ କରିଥିଲେ।ଯୁଗ୍ମ ସମ୍ପାଦିକା ଶ୍ରୀମତୀ ଦୀପିକା ଦାସ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଅଭିଭାବକ ମାନେ ସ୍କୁଲ ପ୍ରତି ନିଶ୍ଚିତ ଭାବରେ ଆଶିର୍ବାଦ ରହିଛି| ତାପରେ ମୁଖ୍ୟ ଅତିଥିଙ୍କ ଦ୍ବାରା ସ୍କୁଲର ହୋଇ ଥିବା ବିଭିନ୍ନ ନାଚ ଗୀତ, ପାଠ ପଢ଼ା, ବିଜ୍ଞାନମେଳା, ଖେଳ ଟୁର୍ଣ୍ଣାମେଣ୍ଟ, ଅନ୍ୟାନ୍ୟ କାର୍ଯ୍ୟକ୍ରମର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ ସହିତ ମାନପତ୍ର ମଧ୍ୟ ପ୍ରଦାନ କରିଥିଲେ। ସ୍କୁଲର ଶିକ୍ଷକ ରାଜିବ କୁମାରଙ୍କ ତତ୍ବାବଧାନରେ ମଞ୍ଚ ପରିଚାଳନା କରା ଯାଇ ସ୍କୁଲର ପିଲାମାନେ ଶିଖିଥିବା ନାଚ଼ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ, ତାଙ୍କର ଅଭିଭାବକ ଗଣ,ନିମନ୍ତିତ ଅତିଥିବୃନ୍ଦ, ସାମ୍ବାଦିକ ଗଣ, ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ଥାନୀୟ ଲୋକମାନେ ଏହି ବାର୍ଷିକ ମହୋତ୍ସବ ରେ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ତିତ କରିଥିଲେ। ଭଞ୍ଜଦୁତ ଖବରା
