ଭାରତୀୟ ଷ୍ଟେଟ ବ୍ୟାଙ୍କ ବରଗଡ଼ ଜିଲ୍ଲା ପେନସନର କଲ୍ୟାଣ ସଂଙ୍ଘର ବାର୍ଷିକ ଉତ୍ସବ.
ବରଗଡ଼:(ନି, ପ୍ର)
ସ୍ଥାନୀୟ ସାଇ କ୍ରିଷ୍ଣା ପେଲେସ,ବରଗଡ଼ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଜିଲ୍ଲା ପେନସନ ସଙ୍ଘ ର ବାର୍ଷିକ ଉତ୍ସବ ପାଳନ ହୋଇ ଯାଇଅଛି । ସଂଘ ର ସଭାପତି ଶ୍ରୀ ଗୋପୀନାଥ ଦେବତା, ସମ୍ପାଦକ କୁଞ୍ଜ ଭୋଇ, ଓ ବରିଷ୍ଠ ସଭ୍ୟ ଗଙ୍ଗାଧର ବିଭାର,କିଶୋର ପଣ୍ଡା ଆଦି ମଂଚାସୀନ ଥିଲେ. ସଭାରେ ଦେଶର ଚଳିତ ବଜେଟ, ଦରଦାମ ବୃଦ୍ଧି ଓ ପେନସନର ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା କରା ଯାଇଥିଲା ।
ଚଳିତ ବଜେଟ ରେ ସାଧାରଣ କର୍ମଚାରୀ ଓ ପେନସନ ଉପଭୋକ୍ତା ଙ୍କ ପାଇଁ କିଛି ରିହାତି ନ ଥିବା ହେତୁ ଅସନ୍ତୋଷ ବ୍ୟକ୍ତ କରା ଯାଇଥିଲା । ଅଦ୍ୟାବଧି ଶହେ ପଚାଶ ଜଣ ପେନସନର ନଭେମ୍ବର ମାସ ସୁଦ୍ଧା ଜୀବନ ପ୍ରମାଣ ପତ୍ର ଦାଖଲ କରି ନ ଥିବା ହେତୁ ଉଦବେଗ ପ୍ରକାଶ ପାଇଥିଲା ଓ ନିକଟସ୍ଥ ଶାଖା ର କର୍ତ୍ତୃପକ୍ଷ ଙ୍କ ସହ ଯୋଗାଯୋଗ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସଭା ଆରମ୍ଭ ରୁ ଦିବଂଗତ ପେନସନ ର ମାନଙ୍କ ଉଦ୍ଦେଶ୍ୟ ରେ ଦୁଇ ମିନିଟ ନିରବ ପ୍ରାର୍ଥନା କରା ଯାଇଥିଲା । ଆୟକର ବିଭାଗ ରେ ଅଟକି ଥିବା ବକେୟା ପାଉଣା ବାବଦରେ ଫାଇଲ କୁ ତ୍ୱରାନ୍ୱିତ କରାଯିବା ପାଇଁ ସଭା ରେ ନିଷ୍ପତ୍ତି ହୋଇଥିଲା. ପେନସନ ର ମାନେ କେମିତି ତାଙ୍କ ଅବସର ସମୟ ର ସଦବ୍ୟବହାର କରୁଛନ୍ତି ସେ ସମ୍ପର୍କ ରେ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ.। ଆଗାମୀ ଦିନରେ ମହିଳା ପେନସନର ଓ ପେନସନ ର ମାନେ ସସ୍ତ୍ରୀକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆଗେଇ ଆସିବାକୁ ଅନୁରୋଧ କରା ଯାଇଥିଲା.। ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା ଓ ମନୋରଞ୍ଜନ ପୁଝାରୀ ସାମାଜିକ କ୍ଷେତ୍ରରେ ଓ ଶ୍ରୀ ରୋହିତ ଦାଶ ଙ୍କ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ହେତୁ ତାଙ୍କୁ ପ୍ରଶଂସା କରାଯାଇଥିଲା.। ଧର୍ମ ମାର୍ଗରେ ପରିଚାଳିତ ହୋଇ ଅବସର ସମୟକୁ କେମିତି ସରସ ଓ ସୁନ୍ଦର କରିହେବ ସେ ସମ୍ପର୍କରେ କୁଞ୍ଜବିହାରୀ ପଣ୍ଡା ଓ ଶଙ୍କର ଦାଶ ବୁଝେଇଥିଲେ.। ପଚାଶ ବର୍ଷ ର ସଫଳ ଦାମ୍ପତ୍ୟ ଜୀବନ ପୂର୍ତ୍ତି ଉପଲକ୍ଷେ ଶ୍ରୀ ଟିକେଶ୍ୱର ବେହେରା ଓ ଶ୍ରୀମତୀ ବେହେରାଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା. ଶ୍ରୀ କିଶୋର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ. ମନୋରଞ୍ଜନ ପୂଜାରୀ, ଦେବରାଜ ସାହୁ, ବିନୋଦ ପତି ସୁବଳ ସାହୁ, ସାନନ୍ଦ ଦାଶ,ଜଗଦୀଶ ମହାପାତ୍ର,ଆଦି ସଭା ଆୟୋଜନ ଓ ପରିଚାଳନା ର ଦାୟିତ୍ୱ ନେଇଥିଲେ. ସଭା ରେ ଅବିଭକ୍ତ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ଶତାଧିକ ପେନସନର ଓ ତାଙ୍କ ପରିବାର ବର୍ଗ ଯୋଗଦାନ କରିଥିଲେ.। ପ୍ରତି ତିନି ମାସରେ ଥରେ ଏହି ସଭା ଆୟୋଜନ କରା ଯିବାକୁ ସଭ୍ୟମାନେ ଅନୁରୋଧ କରିଥିଲେ ।
