*ଡିଭାଇନ ଏଞ୍ଜଲ ଟ୍ୟୁଟରାଲ ପକ୍ଷରୁ ବିଦାୟ କାଳୀନ ଉତ୍ସବ*
ବସ୍ତା:- ୧୭/୦୨/୨୬ ( ନି.ପ୍ର)
ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ନଟାକଟା ପଞ୍ଚାୟତ ଅମର୍ଦ୍ଦା ରୋଡ ଶ୍ୟାମସୁନ୍ଦରପୁର ଗ୍ରାମ ସ୍ଥିତ ଡିଭାଇନ ଏଞ୍ଜଲ ଟ୍ୟୁଟରାଲ ପକ୍ଷରୁ ଏକ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଉକ୍ତ ଉତ୍ସବରେ ରବୀନ୍ଦ୍ର କୁମାର ପାଣିଗ୍ରାହୀଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ଭାବେ ଶିକ୍ଷକ ବିକର୍ତ୍ତନ ସାହୁ, ମୁଖ୍ୟବକ୍ତା ଶିକ୍ଷକ ମହେନ୍ଦ୍ର କୁମାର ପ୍ରଧାନ, ସମ୍ମାନୀତ ଅତିଥି କୋଷ୍ଠା କଲେଜ ଅଧ୍ୟାପକ ଅନିଲ କୁମାର ଭୂୟାଁ, ବିଶିଷ୍ଟ ଅତିଥି ଭାବେ ସଙ୍ଗୀତକାର ଓ ସମାଜ ସେବୀ ଲକ୍ଷ୍ମୀକାନ୍ତ ସାହୁ ପ୍ରମୁଖ ଯୋଗଦେଇ ପ୍ରଥମେ ଜଗନ୍ନାଥ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ବିଦାୟୀ ଛାତ୍ରଛାତ୍ରୀ ମାନଙ୍କର ଉଜ୍ବଳ ଭବିଷ୍ଯତ ବିଷୟରେ ବର୍ଣ୍ଣନା କରିଥିଲେ। ଯୁକ୍ତଦୁଇ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ର ଗଠନ ପାଇଁ ପ୍ରେରଣା ଦେବା ସହିତ ଶିକ୍ଷାର ମାନଦଣ୍ଡକୁ ମାନବ କଲ୍ୟାଣ ପାଇଁ ଉଦ୍ୟମ କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ବିଦାୟୀ ଛାତ୍ରଛାତ୍ରୀମାନେ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ସାନଭାଇ ମାନଙ୍କ ସହିତ ବିତାଇ ଥିବା ଅନୁଭୂତି ଓ ଛାଡି ଚାଲିଯାଉଥିବା ଦୁଃଖ ପ୍ରକାଶ କରିଥିଲେ। ଉକ୍ତ ସଭାକାର୍ଯ୍ୟକୁ କବି ତଥା ଇଞ୍ଜେଲ ଟ୍ୟୁଟେରାଲର ମୁଖ୍ୟ ପୂର୍ଣ୍ଣଚନ୍ଦ୍ର ମହାଳିକ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବା ବେଳେ ସୁଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଆନନ୍ଦ କୁମାର ଦାସ, ମୋନା ଲିସା ବେହେରା, ଗଙ୍ଗାରାଣୀ ମଣ୍ଡଳ, ଦେବ ପ୍ରକାଶ ଦେ, ମୀନାକ୍ଷୀ ମହାପାତ୍ର ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
ବାଲେଶ୍ବର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
