*ମଟର ସାଇକେଲ ରେ ରାସ୍ତା ଅବରୋଧ, ଜନସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି*
ବସ୍ତା:- ୧୭/୦୨/୨୬ (ନି ପ୍ର)
ବାଲେଶ୍ବର ଜିଲ୍ଲା ବସ୍ତା ବ୍ଳକ ମଥାନୀ ପଞ୍ଚାୟତ ସାନଖୁଡି ଜଳକା ପ୍ରଜେକ୍ଟ ସ୍ଥିତ ପାଗଲାସିଂହ ମାକେର୍ଟ ରେ ରାସ୍ତା ଅବରୋଧକୁ ନେଇ ଜନସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାରୁ ପ୍ରକାଶ ପ୍ରତିଦିନ ପରି ଆଜିମଧ୍ଯ ସଂଧ୍ଯା ୬ଟାରୁ ରାତ୍ରୀ ୯ଟା ପର୍ଯ୍ଯନ୍ତ ମଥାନୀରୁ ହଳଦୀପାଳ ଯିବା ରାସ୍ତା ପାଗଲାସିଂହ ମାର୍କେଟରେ ରାସ୍ତା ଅବରୋଧ କରି ମଟର ସାଇକେଲ ରାସ୍ତା ଉପରେ ରଖୁଛନ୍ତି। ଯାହାଫଳରେ ଆମ୍ବଲାନ୍ସ, ଦମକଳ ଗାଡି ଓ ସାଧାରଣ ଯାତ୍ରୀ ଯାତାୟତରେ ଘୋର ଅସୁବିଧା ସୃଷ୍ଟି ହେଉଛି। ଏ ନେଇ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ। ଯଥାଶିଘ୍ର ବସ୍ତା ଥାନା ଅଧିକାରୀ ଦୃଷ୍ଟିଦେବା ସହିତ ଆଇନ ସଂଗତ ପଦକ୍ଷେପ ନେବାକୁ ସର୍ବସାଧାରଣରେ ଦାବୀ ହୋଇଛି।
ବାଲେଶ୍ବର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
