ସୋରରେ ଲାଗୁନି ଚୋରି ବ୍ରେକ।
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର):: କିଛି ଦିନ ର ବ୍ରେକ ପରେ ସୋରରେ ପୁଣି ଚୋରି ବଢ଼ିବାରେ ଲାଗିଛି। ସୋର ଥାନା ଅଧିନ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ସୋର ଥାନା କୁଆମରା ଗ୍ରାମର କେଦାର ପ୍ରସାଦ ରାଉତ ଗତ ୬ ତାରିଖରେ ତାଙ୍କ ଝିଅ ଘର ଭଦ୍ରକକୁ ଯାଇଥିଲେ। ମାତ୍ର ଆଜି ସକାଳେ ଘରେ ପହଞ୍ଚିବା ପରେ ଘର ଚାବି ଭଙ୍ଗା ଯାଇ ଗଡରେଜରେ ଥିବା ନଗଦ ୬୦ ହଜାର ଟଙ୍କା ଓ ଳକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଥିବା ଜାଣିବାକୁ ପାଇ ସୋର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚିଚ ଘଟଣାର ତଦନ୍ତ ଆରମ୍ଭ କରିଛି। ସେହିପରି ଅଞ୍ଚି ଗ୍ରାମରେ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଦୁର୍ବୁତ୍ତ ମାନେ ଚୋରି କରିଥିବା ନେଇ ସୋର ଥାନା ଅଧିନ ସାଉଡୁ ଫାଣ୍ଡିରେ ଅଭିଯୋଗ ହୋଇଥିବା ଜଣାପଡିଛି।
