ଯବାନ ଙ୍କୁ ସମ୍ବର୍ଦ୍ଧନା।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର):::: ଦେଶ ସେବା ପାଇଁ ୨୫ ବର୍ଷ ସମର୍ପିତ ହୋଇଥିବା ଜଣେ ଯବାନ ଅବସର ନେଇ ଫେରିବା ପରେ ଗାଁ ଓ ପରିବାର ପକ୍ଷରୁ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସୋର ବ୍ଲକ ମାଣିପୁର ପଞ୍ଚାୟତ ବାଘୁଆ ଗ୍ରମାର ବାଉଲି ଓଝାଙ୍କ ବଡ ପୁଅ ଦୈତାରୀ ଓଝା ଦିର୍ଘ ୨୫ ବର୍ଷଧରି ଦେଶ ସୁରକ୍ଷାରେ ନିୟୋଜିତ ଥିଲେ। ଗତ ଜାନୁଆରୀ ୩୧ ରେ ଅବସର ନେଇ ଆଜି ସକାଳେ ସୋର ରେଳ ଷ୍ଟେସନରେ ପହଞ୍ଚିବା ପରେ ତାଙ୍କୁ ପୁଷ୍ୱଗୁଚ୍ଛ ଉତ୍ତରୀୟ ପ୍ରଦାନ ପୁର୍ବକ ସମ୍ବର୍ଦ୍ଧନା ଦିଆଯାଇ ବାଜା ଓ ଡିଜେ ବଜାଇ ଗାଁ ଅଭିମୁଖେ ନିଆଯାଇଥିଲା। ସେଠାରେ ଗ୍ରାମ ପରିକ୍ରମା ପରେ ଏକ ସଭା ଆୟେଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ସୋର ତହସିଲଦାର ଦୈତାରୀ ମଲ୍ଲିକ , ସୋର ଅବସରପ୍ରାପ୍ତ ସୈନିକ ସଂଙ୍ଘର ସଭାପତି ରାଧାକୃଷ୍ଣ ମହାପାତ୍ର, ଅବସରପ୍ରାପ୍ତ ସୈନିକ କାହ୍ନୁଚରଣ ମିଶ୍ର,ଦୈତାରୀଙ୍କୁ ଶିକ୍ଷା ଦେଇଥିବା ତାଙ୍କର ପ୍ରଥମ ଶିକ୍ଷକ ମହେଶ୍ୱର ପଣ୍ଡା ଯୋଗଦେଇ ନିଜନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଯବାନ ଶ୍ରୀ ମଲ୍ଲିକ ଅବସର ପରେ ବି ଯଦି କେବେ ଦେଶ ସେବାର ପୁନଶ୍ଚ ସୁଯୋଗ ମିଳେ ତାହା ତାଙ୍କ ପାଇଁ ଏକ ଭାଗ୍ୟର କଥା ବୋଲି କହିଥିଲେ। ପ୍ରକାଶ ଥାଉକି ଯବାନ ଜଣଙ୍କ ଗତ ୨୪/୧/୨୦୦୨ ମସିହାରେ ଦେଶ ସୁରକ୍ଷାରେ ଯୋଗଦାନ କରି ୩୧/୧/୨୦୨୬ ମସିହାରେ ମାହାରାଷ୍ଟ୍ରର ନାସିକ ଗୋଳାବାରୁଦ ୟୁନିଟ ୭୩୨ରୁ ଅବସର ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସୋର ସୈନିକ ପ୍ରଶିକ୍ଷଣ କେନ୍ଦ୍ରର ଶିକ୍ଷକ ପଞ୍ଚାନନ ପୋଇ, କେନ୍ଦ୍ରର ଛାତ୍ରଛାତ୍ରୀ ଓ ସୋର ଅଞ୍ଚଳର ଅବସରପ୍ରାପ୍ତ ସୈନିକ ଓ ଶତାଧିକ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।
