କର୍ଣ୍ଣପୁର ରେ ବିଶାଳ ହିନ୍ଦୁ ଓ ସନ୍ଥ ସମ୍ମିଳନୀ
—————————–++++
ତାଳଚେର :ତା 30/01/2026: ତାଳଚେର ବ୍ଲକ କର୍ଣ୍ଣପୁର ଗ୍ରାମର ସୀତାରାମ ଆଶ୍ରମ ଠାରେ ବିଶାଳ ସନ୍ଥ ଓ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସମ୍ମିଳନୀରେ ପରମପୂଜ୍ୟ ସନ୍ଥ ଶ୍ରୀ ସଚ୍ଚିଦାନନ୍ଦ ମହାରାଜା ଅଧ୍ୟକ୍ଷତା କରିଥିଲେ। ପୂଜ୍ୟ ମଠାଧୀଶ ଅବଧୂତ ଇନ୍ଦ୍ରମଣି ମହାରାଜ, ବାବା ପ୍ରଭୁପାଦ ଦାସ ମହାରାଜ, ବ୍ରହ୍ମଚାରୀ ଶିବ ପ୍ରସାଦ ମହାରାଜ, ସ୍ୱାମୀ ଅଖଣ୍ଡା ନନ୍ଦପୁରୀ ମହାରାଜ, ସ୍ୱାମୀ ବଳଭଦ୍ର ଦାସ ମହାରାଜ ଓ ଶତାଧୀକ ସାଧୁ ମହାତ୍ମା ଯୋଗ ଦେଇ ଆର୍ଶିବାଦ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ . ସନାତନ ପରମ୍ପରା, ବୈଦିକ ସଭ୍ୟତା, ବେଦ ଓ ଉପନିଷଦ ରେ ଥିବା ଜ୍ଞାନ ପରମ୍ପରା ,ହିନ୍ଦୁ ସମାଜ ର ଏକତ୍ଵ ଭାବ, ସାମାଜିକ ସମରସତା ଓ ଦୁର୍ଲଭ ମାନବ ଜନ୍ମ କୁ ସଫଳ କରିବା ସମ୍ବନ୍ଧରେ ଅମ୍ବଲ୍ୟ କଥାମୃତ ବଣ୍ଟନ କରିଥିଲେ । ତତସହିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ସଂଘଚାଳକ ମାନନୀୟ ଭୁବନାନନ୍ଦ ପ୍ରଧାନ, କାର୍ଯ୍ୟବାହ ଶ୍ରୀକାନ୍ତ ବିଶ୍ୱାଳ , ପର୍ଶୁରାମ ବାରିକ, ଦିବାକର ପ୍ରଧାନ ,ପଞ୍ଚାନନ ବେହେରା ଓ ଗ୍ରାମର ବିଜୟ ବିଶ୍ୱାଳ ,ପାର୍ଥସାରଥୀ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସାହୁ,ଶମ୍ଭୁନାଥ ବେହେରା, ଗୁଣା କର ସାହୁ, ଶୁଭେଚ୍ଛୁ,ଓ ଭକ୍ତବୃନ୍ଦ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ . ସ୍ଥାନୀୟ ଶିଶୁ ଓ ସରସ୍ଵତୀ ଶିଶୁମନ୍ଦିର ବଡ଼ଯୋରଡା ର ଛାତ୍ରଛାତ୍ରୀ ଶବର ଚରିତ , ହନୁମାନଙ୍କ ଦ୍ୱାରା ମାତା ସୀତାଙ୍କୁ ମୁଦ୍ରିକା ପ୍ରଦାନ , ହନୁମାନ ଚାଳିଶା ପାଠ, ଜଗନ୍ନାଥାଷ୍ଟକ ପାଠ, ମହାପ୍ରଭୁ ଜଗନ୍ନାଥ ଙ୍କ ଭଜନ ଓ ନୃତ୍ୟ ପରିବେଷଣ କରିଥିଲେ . ଅଞ୍ଚଳର ଶତାଧିକ ଭକ୍ତ ଉପସ୍ଥିତ ହୋଇ ପ୍ରସାଦ ସେବନ କରି ଆର୍ଶିବାଦ ପ୍ରାପ୍ତ ହୋଇଥିଲେ
