*ବାବା ତାରକେସ୍ୱରଙ୍କ ୧୬ ତମ ଜନ୍ମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ସମାର୍ପଣ।*
ତିର୍ତ୍ତୋଲ ୨୯/୧/୨୦୨୫
ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଭୁକ୍ତ କୀର୍ତ୍ତନ ପୁର ଗ୍ରାମର ବାବା ତାରକେଶ୍ୱର୍ ଙ୍କ ୧୬ ତମ ଜନ୍ମ ବାର୍ଷିକ ଉତ୍ସବ ଅବସରରେ ବିଶ୍ଵଶାନ୍ତି ମହାଯଜ୍ଞ ର ଗତ କାଲି ଅନ୍ତିମ ଦିବସ ବା ପୂର୍ଣ୍ଣାହୁତି ଦିବସ ହୋଇଥିଲା। ୨୩/୧/୨୦୨୫ ଶ୍ରୀପଞ୍ଚମୀ ଦିନ ଅଷ୍ଟମ ପ୍ରହରୀ ର ଅଧିବାସ ହୋଇଥିଲା ୨୪/୧ ରେ ଅଷ୍ଟମ ପ୍ରହରୀ ନାମ ସଙ୍କୀର୍ତ୍ତନ ଓ ପ୍ରସାଦ ସେବନ ହେବା ପରେ ୨୫ /୧ ରେ ନଗର କୀର୍ତ୍ତନ ପରେ ସନ୍ଧ୍ୟାରେ ଯଜ୍ଞ ପାଇଁ ଅଙ୍କୁରା ରୋପଣ ଯଜ୍ଞାଧିବାସ,ପ୍ରବଚନ ପରେ ୨୬/୧ ରେ କଳସ ଯାତ୍ରା, ଘଟ ସ୍ଥାପନ,ଅଗ୍ନି ସ୍ଥାପନ , ରୁଦ୍ରାହୁତି ଓ ସନ୍ଧ୍ୟାରେ ପାଲା କାର୍ଯ୍ୟ କର୍ମ ହୋଇଥିଲା।୨୭/୧ ରେ ସୂର୍ଯ୍ୟ ପୂଜା ,ଗୀତାହୁତି ଓ ସନ୍ଧ୍ୟାରେ ପାଲା ହୋଇଥିଲା। ୨୮/୧ ବୁଧୁବାର ଦିନ ସୂର୍ଯ୍ୟପୂଜା,ଗୋ ପୂଜା, ଚଣ୍ଡୀ ଆହୁତି,ହେବା ପରେ ସନ୍ଧ୍ୟା ଆଳତି ପରେ ଓଡ଼ିଶୀ ନୃତ୍ୟ ପରିବେଷଣ କରା ଯାଇଥିଲା ପରେ ୧୦.୩୦ ରେ ଯଜ୍ଞ ନାରାୟଣଙ୍କ ବିଭୁକୃପା ଲାଭ କରିବା ପରେ ପୂର୍ଣ୍ଣାହୁତି ଦର୍ଶନ କରିବା ପରେ ଭକ୍ତ ମନେ ଆନନ୍ଦ ବଜାରରେ ଦୁଇ ହଜାର ରୁ ଉର୍ଦ୍ଧ ଭକ୍ତମାନେ ପ୍ରସାଦ ସେବନ କରିଥିଲେ।
