ବଡ଼ ଯୋରଡା ଏସ.ଏସ.ଭି.ମ ର ଉଲ୍ଲେଖନୀୟ ସଫଳତା ।
—————————————-
ତାଳଚେର :ତା 28/01/2026: ଚଳିତ ଶିକ୍ଷା ବର୍ଷ ରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବଡ଼ଯୋରଡାର ଛାତ୍ରଛାତ୍ରୀ ଗଣ ଶୈକ୍ଷିକ କ୍ଷେତ୍ରରେ ବିଦ୍ୟାଳୟ ପାଇଁ ଅନେକ ସଫଳତା ଆଣି ଦେଇ ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି।
୩ୟ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ଛାତ୍ର ୧.ଶ୍ରୀ ଦିବ୍ୟାଂଶୁ ପାତ୍ର,୨ ଅର୍ପିତା ସାହୁ , ୫ମଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ୧-ଅନମୋଲ ବେହେରା-୨.ବିଜ୍ଞା ଓଜସ୍ୱୀନୀ ବିଶ୍ୱାଳ ୩- ଚେତନ କୁମାର ବେହେରା , ୬ଷ୍ଠ ଶ୍ରେଣୀ ପଠାଣି ସାମନ୍ତ ଗଣିତ ପ୍ରତିଭା ପରୀକ୍ଷାରେ ୧- ପ୍ରଣତି ସାହୁ ୨.ଦିବ୍ୟଜିତ ପ୍ରଧାନ , ପ୍ରିୟତୋଷ ସାହୁ,୯ମ ଶ୍ରେଣୀ ପଠାଣି ସାମନ୍ତ ଗଣିତ ପ୍ରତିଭା ପରୀକ୍ଷାରେ ୧. ଅଂଶୁମାନ ପୃଷ୍ଟି,୨- ଓମ କୁମାର ସାହୁ ଓ NRTS ପରୀକ୍ଷାରେ ୧- ସୁସନ୍ନା ନାଏକ ଓ ୨. ବିନୋଦିନୀ ହେମ୍ବ୍ରମ ଶୈକ୍ଷିକ କ୍ଷେତ୍ରରେ ବ୍ଳକ, ଜିଲ୍ଲା ଓ ରାଜ୍ୟସ୍ତରରେ କୃତିତ୍ଵ ହାସଲ କରି ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି । ସେଥିପାଇଁ ସେମାନଙ୍କୁ ବିଦ୍ୟାଳୟରେ ସମ୍ମାନିତ କରାଯାଇଛି । ସମସ୍ତ ଅଭିଭାବକ ଅଭିଭାବିକା , ଶୁଭେଚ୍ଛୁ,ଆଚାର୍ଯ୍ୟ ଅଚାର୍ଯ୍ୟା ଓ ପରିଚାଳନା ସମିତି ସଦସ୍ୟ ବୃନ୍ଦ ସେମାନଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି।
