*ଖଡିଆଳ ବିଧାନସଭା କଂଗ୍ରେସ କମିଟି ପକ୍ଷ ରୁ ଦାଦନ ଶ୍ରମିକଙ୍କୁ ଅମାନୁଷିକ ଅତ୍ୟାଚାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ଖଡିଆଳ ଥାନା ଅଧିକାରୀଙ୍କୁ ଦାବୀପତ୍ର, ନଚେତ୍ ଥାନା ଘେରାଉ*
ନୂଆପଡା (ମିଖାଏଲ ନନ୍ଦ)
ତା:୨୪.୦୧.
ଖଡିଆଳ ବିଧାନସଭା କଂଗ୍ରେସ କମିଟି ପକ୍ଷ ରୁ ଦାଦନ ଶ୍ରମିକ ବିଦ୍ୟାଧର ମାଝୀଙ୍କୁ ଅମାନୁଷିକ ଅତ୍ୟାଚାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ଖଡିଆଳ ଥାନା ଅଧିକାରୀଙ୍କୁ ଦାବୀପାତ୍ର ପ୍ରଦାନ କରିଛନ୍ତି। ଆସନ୍ତା ସାତ ଦିନ ମଧ୍ୟରେ ଅଭିଯୁକ୍ତ ଙ୍କୁ ଗିରଫ ଦାବୀ କରିଥିବା ବେଳେ ଥାନା ଘେରାଉ କରିବା ନେଇ ଚେତାବନୀ ଦେଇଛନ୍ତି। ଖଡିଆଳ କମଲ ଚରଣ ତାଣ୍ଡିଁ ଙ୍କ ନେତୃତ୍ୱ ରେ ବହୁ କର୍ମୀ ଯୋଗ ଦେଇଥିଲେ। ବିଦ୍ୟାଧର ମାଝୀଙ୍କୁ ଟ୍ରେନ ରୁ ଅପହରଣ କରିଥିବା ବେଳେ ବିଦ୍ୟୁତ୍ କରେଣ୍ଟ ଦେଇ ଜାଳି ଦେବା ଉଦ୍ୟମ କରିଥିଲେ। ଏଭଳି ଘଟଣା ଦେହ ଥରି ଯାଉଥିବା ବେଳେ କାର୍ଯ୍ୟାନୁଷ୍ଠାନ ନ ହେବା ପ୍ରଶାସନ ପକ୍ଷ କୁ ଆଙ୍ଗୁଳି ନିର୍ଦ୍ଧେଶ ଅଟେ। ଆବଶ୍ୟକ ପଦକ୍ଷେପ ପାଇଁ ଅନୁରୋଧ।
