କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମେଦିନୀପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଯବାନ ଫିଜିକାଲ ଏକାଡେମୀ ରେ କୃତକାର୍ଯ୍ୟ ୫୮ ଜଣ ଯବାନ ମାନଙ୍କୁ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୫ ଜଣ ଛାତ୍ର ଓ ୩ଜଣ ଛାତ୍ରୀ କୃତିତ୍ୱ ହୋଇ ଭାରତୀୟ ସେନା ବାହିନୀ ରେ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ଏକାଡେମୀ ତଥା ସ୍ଥାନୀୟ ଅଞ୍ଚଳରେ ଖୁସି ର ଲହରୀ ଖେଳିଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରିଡ଼ା ଅଧିକାରୀ ଶ୍ରୀ ରମେସ ପାଢି, ଡେପୁଟି କମାଣ୍ଡେଟ ୬୪ ବେଟାଲିଆନ ସି ଏମ ଏନ୍ ପି ରାମା ରାଓ, ଡି ଆର ଏସ ସତ୍ୟପିର ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିବା ବେଳେ ଏକାଡେମୀ ସଂସ୍ଥାପକ ଏକ୍ସ ଆରମୀ ଭୁପିନ୍ଦର ନାଏକ, ଏକ୍ସ ଆରମୀ ସୁଶାନ୍ତ ପାତ୍ର, ଏହାକୁ ପରିଚାଳନା କରିଥିଲାବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ର ପ୍ରଧାନମନ୍ତ୍ରୀ ଶିକ୍ଷକ ସୁଶୀଲ କୁମାର ବିଶ୍ବାଳ, ବିକ୍ରମ ବିଶ୍ବାଲ, ଭୋଳା ନାଥ, ପିଟି ଜନସନ ମାଝୀ, ଅଖିଳ ଚନ୍ଦ୍ର ସାହୁ, ଅମିତ କୁମାର ଦାସ, ଦିଲିପ ଦୁର୍ଗା, ସନ୍ତୋଷ ପଟ୍ଟନାୟକ , ସୁମନ୍ତ, ଶ୍ରୀମତୀ ରିନା ଦେଵି ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କ ଓ କୃତିତ୍ୱ ହୋଇଥିବା ଯବାନ ମାନଙ୍କୁ ସମ୍ବର୍ଦ୍ଧନା କରିବା ସହିତ ପ୍ରୋତ୍ସାହନ କରିଥିଲେ ।(ରମେଶ ଅଗ୍ରୱାଲ.କଳାହାଣ୍ଡି.)
