*ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ତାଳଚେର ଗସ୍ତ*
ତାଳଚେର :ତା 24/01/2026: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଶୁକ୍ରବାର ତାଳଚେର ଅଂଚଳ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ |ତାଳଚେର ଶର୍ମାଛକ ଠାରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଉପସ୍ଥିତ ବିଜେପି କାର୍ଯ୍ୟକର୍ତା ଓ ଜନସାଧାରଣ ଙ୍କୁ ଉଦବୋଧନ ଦେଇଥିଲେ |ତାଳଚେର କିଶୋର କ୍ଲବ ରେ ସାମୁହିକ ବ୍ରୋତୋପନୟନ କାର୍ଯ୍ୟକ୍ରମ ରେ ଯୋଗ ଦେବା ସହ କ୍ଲବ ର ମୁଖ୍ୟ ଫାଟକ ଓ ପାନୀୟ ଜଳ ପ୍ରକଳ୍ପ କୁ ଉଦଘାଟନ କରି ସାଂସଦ ଙ୍କ ପାଣ୍ଠି ରୁ 11ଲକ୍ଷ 50 ହଜାର ଟଙ୍କା କ୍ଲବ ର ରୋଷେଇ ଘର ପାଇଁ ଅନୁଦାନ ଦେଇଥିଲେ |ତାଳଚେର ପୌରାଞ୍ଚଳ ୱାର୍ଡ ନମ୍ବର ଏକ ବଡଦାଣ୍ଡ ସାହିରେ ସାଂସଦ ବିଭିନ୍ନ ଘରକୁ ଘର ଯାଇ କାର୍ଯ୍ୟକର୍ତା ଙ୍କର ଭଲ ମନ୍ଦ ବୁଝିଥିଲେ |ମଣ୍ଡଳ ସାଧାରଣ ସମ୍ପାଦକ ନିରୋଜ ଦାସ ଙ୍କ ପିଉସୀ ଙ୍କର ଦେହାନ୍ତ ଖବର ପାଇ ତାଙ୍କ ବାସ ଭବନକୁ ଯାଇ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଥିଲେ |ବିଜେପି କାର୍ଯ୍ୟକର୍ତା ଅରବିନ୍ଦ ମିଶ୍ର, ବୁଥ ସଭାପତି ସୁକାନ୍ତ ରାୟ ଙ୍କ ଘରକୁ ଯାଇ ପରିବାର ସମ୍ପର୍କ କରିଥିଲେ |ଦେଉଳବେଡା ଠାରେ ସାଂସଦ ତାଳଚେର ପୁସ୍ତକ ମେଳାର ଉଦଘାଟନ କରିଥିଲେ |ସେଠାରୁ ଦେଉଳବେଡା ଠାରେ ଥିବା ଶ୍ରୀ ଗୁରୁଜୀ ଆଶ୍ରମକୁ ଯାଇ କାର୍ଯ୍ୟକର୍ତା ଓ ଜନସାଧାରଣ ଙ୍କର ଆପତ୍ତି ଅଭିଯୋଗ ଶୁଣିଥିଲେ |ସାଂସଦ ଙ୍କ ସହ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ସମସ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ |
