ବାସୁଦେବ ନଗର ମା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସରସ୍ବତୀ ପୂଜା ପାଳିତ।
ବ୍ରହ୍ମପୁର -ସ୍ଥାନୀୟ ବାସୁଦେବ ନଗରସ୍ଥିତ ମା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାଦାତ୍ରୀ ମା ସରସ୍ବତୀ ଙ୍କ ପୂଜନ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନ ର ପ୍ରାଣପ୍ରତିଷ୍ଠାତା ତଥା ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ର ସଭାପତି ଶ୍ରୀ ମହନ୍ତ କମଳାକାନ୍ତ ଦାସ ମହାରାଜ, ବିଦ୍ୟାଳୟ ର ସଭାପତି ଡ଼ ରମେଶ ଚନ୍ଦ୍ର ଚ୍ୟାୟୁପଟ୍ଟନାୟକ, ଡ଼ ଗୌରୀଶଙ୍କର ମିଶ୍ର, ସଂସ୍ଥାନ ର କାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଶୋଇ, କୁମୁଦ ରଞ୍ଜନ ପଣ୍ଡା, ସତ୍ୟନାରାୟଣ ଦାସ ପ୍ରମୁଖ ପୂଜା ଓ ହୋମ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ଜ୍ଞାନଦୀପ ଯେଉଁଥିରେ ଶିଶୁ ମାନଙ୍କ ଦ୍ୱାରା ଗଳ୍ପ, କବିତାଏବଂ ମହାପୁରୁଷ ମାନଙ୍କ ଫୋଟ ରହିଥାଏ ତାହାକୁ ଉନ୍ମୋଚନ କରାଯାଇଥିଲା। ଆଚାର୍ଯ୍ୟ ହୃଷିକେଶ ପାହାଡି ଏବଂ ମୃତ୍ୟୁଞ୍ଜୟ ବିଶୋଇ ଙ୍କ ଦ୍ୱାରା ଶିଶୁ ମାନଙ୍କ ମଧ୍ୟରେ ଭଜନ ପ୍ରତିଯୋଗିତା ହୋଇଥିଲା। ପୂଜକ ଭାବେ ଆଚାର୍ଯ୍ୟ ରଶ୍ମି ରଞ୍ଜନ ରଥ ପୂଜା କରିଥିବା ବେଳେ କର୍ତ୍ତା ଭାବେ ସୁଶ୍ରୀ ଉଷାରାଣୀ ତ୍ରିପାଠୀ ହୋମ କାର୍ଯ୍ୟ ସମ୍ପାଦନ କରିଥିଲେ। ପ୍ରଧାନଚାଯ୍ୟା ସୁକାନ୍ତି ଶତପଥି, ସରୋଜିନୀ ଦେବୀ, ଗୀତାଞ୍ଜଳି ପଣ୍ଡା, ତୁଳସୀ ପଟ୍ଟନାୟକ, ରମେଶ ପ୍ରଧାନ, ପ୍ରମୋଦ ବିଶୋଇ, ରାଜେନ୍ଦ୍ର ପଟ୍ଟନାୟକ, ସତ୍ୟବାଦୀ ସାହୁ, ଅମୀୟ ରଞ୍ଜନ ରଥଏବଂ ରଂଜିତ କୁମାର ଖାଡ଼ଙ୍ଗା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
