ଚାନ୍ଦପୁର ଗାଁ ଶିବ ମନ୍ଦିରରୁ ଲୁଟିନେଲେ ଲୋଟେରା।
ପରଜଙ୍ଗ,୨୪ା୧(ଭଞ୍ଜଦୂତ ଖବର, ସତ୍ୟବାଦୀ ସେଠୀ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ତୋର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାନ୍ଦପୁର ଗାଁ ଶିବ ମନ୍ଦିରରୁ ଶୁକ୍ରବାର ରାତିରେ ଲକ୍ଷାଧିକ ଟଙ୍କାର ମନ୍ଦିର ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ମନ୍ଦିର କବାଟ ତାଲା ଭାଙ୍ଗି ମନ୍ଦିର ଭିତରେ ଥିବା ପିତ୍ତଳ ସାମଗ୍ରୀ, ମାଆଙ୍କ ମୁକୁଟ, ରୁପା ସାମଗ୍ରୀ ଆଦି ଲୁଟ୍ କରିନେଇଛନ୍ତି ଲୋଟେରା। ଏଥିସହିତ ମନ୍ଦିର ନିକଟରେ ଥିବା ପାଣି ପମ୍ପ ହାଉସ୍ ଘରର ତାଲା ମଧ୍ୟ ଭାଙ୍ଗି ଦେଇଛନ୍ତି। ତେବେ ସେଠାରୁ କିଛି ଚୋରି ହୋଇ ନ ଥିବା ଜଣାପଡ଼ିଛି। ଏ ସବୁ ଅଞ୍ଚଳରେ ବାରମ୍ବାର ଚୋରିକୁ ନେଇ ଏବେ ଆତଙ୍କିତ ଅଛନ୍ତି ଅଞ୍ଚଳବାସୀ ଓ ଗ୍ରାମ ବାସି। ପରଜଙ୍ଗ ପୋଲିସ ଙ୍କୁ ତୁରନ୍ତ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।
