ବେଆଇନ ପଥର ଖାଦାନର ଚଢ଼ାଉ, ୨୪ ଲକ୍ଷର ନିଲାମ ହେଲା ଜବତ ପଥର
ସୋର,୨୪/୧(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଖଞ୍ଜାମାହାଲ ପଥର ଖାଦାନରୁ ବେଆଇନ ପଥର ଉତ୍ତୋଳନ ବେଳେ ସୋର ତହସିଲ ଓ ଖଣି ବିଭାଗ ତରଫରୁ ମିଳିତ ଚଢ଼ାଉ କରାଯାଇ ଜବତ ପଥରକୁ ୨୪ ଲକ୍ଷ ୧୧ ହଜାର ୨୮୦ ଟଙ୍କାରେ ନିଲାମ କରାଯାଇଛି। ଦୀର୍ଘଦିନ ହେଲା ବେଆଇନ ଭାବେ ଏହି ଖଞ୍ଜାମାହାଲ ପଥର ଖାଦାନମାନଙ୍କରୁ ବେଆଇନ ଭାବେ କୋଟିକୋଟି ଟଙ୍କାର ପଥର ଲୁଟ ହେଉଥିବା ନେଇ ଅଭିଯୋଗ ହେବା ପରେ ପ୍ରଶାସନ ତରଫରୁ ଏହି ସବୁ ଖାଦାନ ଅଞ୍ଚଳରେ ୧୬୩ ଧରା ଜାରିକରି ପୁଲିସ୍ ମୁତୟନ କରାଯାଇଥିଲା। ଏହା ସତ୍ତ୍ୱେ ବି ପଥର ଚୋରି ଜାରି ରହିଥିବା ବେଳେ ଆଜି କେତୋଟି ଖାଦାନରେ ଭୋର ପଥର ବ୍ଲାଷ୍ଟିଂ ହେବା ଖବର ପାଇ ସୋର ତହସିଲଦାର ଦୈତାରୀ ମଲ୍ଲିକ ଏବଂ କନିଷ୍ଠ ଖଣି ଅଧିକରୀ ପୁଲିସ୍ ସହଯୋଗରେ ଏହି ସବୁ ଖାଦାନ ମାନଙ୍କରେ ଚଢ଼ାଉ କରିଥିଲେ। ଏହି ସମୟରେ ୪୧ ନମ୍ବର କ୍ବାରିରୁ ହଜାରେ କ୍ୟୁଭି ମିଟର ଓ ୩୯ ନମ୍ବର କ୍ବାରି ନିକଟରୁ ୩ ହଜାର କ୍ୟୁଭି ମିଟର ଜବତ ପଥରକୁ ୨୪ ଲକ୍ଷ ୧୧ ହଜାର ୨୮୦ ଟଙ୍କରେ ନିଲାମ କରିଥିଲେ।
