ବେଲଟିକିରି ସାରଙ୍ଗଧର ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ।
ରିପୋର୍ଟ ଗୋକୁଳାନନ୍ଦ ବେହେରା
ଢେ଼ଙ୍କାନାଳ ଜିଲ୍ଲା ସଦର : ବେଲଟିକିରି ସାରଙ୍ଗଧର ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଭରାପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ମିତାଲି ମାହେଶ୍ୱରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭାବେ ପଞ୍ଚସଖା ଶିକ୍ଷାସେତୁର ଅଧକ୍ଷ ଶ୍ରୀଯୁକ୍ତ ସତ୍ୟାନନ୍ଦ ମଲ୍ଲିକ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବଳଭଦ୍ର ସାମଲ,ତ୍ରୈଲୋକ୍ୟ ସାମଲ,କୁମୁନ୍ଦନନ୍ଦ ବେହେରା,ମୁରଲୀଧର ମହାରଣା,ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଉତ୍ସବରେ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନୃତ୍ୟ,ଗୀତ ପରିବେଷଣ କରାଯାଇଥିଲା ଓ ମୁଖ୍ୟ ଅତିଥିମାନଙ୍କ ଦ୍ଵାରା ବିଭିନ୍ନ ଖେଳ,ଗୀତ,ନୃତ୍ୟରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ଭରାପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଶିକ୍ଷୟତ୍ରୀ ସ୍ୱାଗତିକା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।
